ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଅମରିନ୍ଦର? ରାଜ୍ୟପାଳଙ୍କୁ ଭେଟିବାକୁ ମାଗିଲେ ସମୟ, ହେଲେ କାହିଁକି ରାତାରାତି ବଦଳିଗଲା ପଞ୍ଜାବ ପଲିଟିକ୍ସ?

Advertisment
ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଅମରିନ୍ଦର? ରାଜ୍ୟପାଳଙ୍କୁ ଭେଟିବାକୁ ମାଗିଲେ ସମୟ, ହେଲେ କାହିଁକି ରାତାରାତି ବଦଳିଗଲା ପଞ୍ଜାବ ପଲିଟିକ୍ସ?

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସ ରାଜନୀତିରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିପାରେ । ଏପରିକି ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇପାରନ୍ତି । ଏନେଇ ଚର୍ଚ୍ଚା ସେତେବେଳେ ଅଧିକ ବଢିଛି ଯେତେବେଳେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ଅମରିନ୍ଦର । ତେବେ ଏହାପୂର୍ବରୁ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କରିପାରନ୍ତି ଅମରିନ୍ଦର । ତେବେ ଏହାପୂର୍ବରୁ ପଞ୍ଜାବରେ ପହଞ୍ଚିଛନ୍ତି ବରିଷ୍ଠ ନେତା ଅଜୟ ମାକେନ । ବିମାନବନ୍ଦରରେ ଅଜୟଙ୍କୁ ସିଦ୍ଧୁ ସ୍ୱାଗତ କରିଛନ୍ତି । ସନ୍ଧ୍ୟାରେ କଂଗ୍ରେସର ବିଧାୟକ ଦଳ ବସିବାକୁ ଯାଉଛି, ଯେଉଁଥିରେ କଂଗ୍ରେସର ନୂଆ ବିଧାୟକ ଦଳ ନେତା ବଛାଯିବ ବୋଲି କୁହାଯାଉଛି ।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେବା ଲାଗି ଅମରିନ୍ଦରଙ୍କୁ କୁହାଯାଇଛି। ତାଙ୍କ ସ୍ଥାନରେ ନବଜୋତ୍‌ ସିଂହ ସିଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋ‌ଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍‌ କରିଥିଲା। ଅମରିନ୍ଦର୍‌ ସିଂହଙ୍କୁ ହଟାଇବା ଲାଗି ପଞ୍ଜାବ ବିଧାୟକମାନେ ଦଳ ଉପରେ ଚାପ ପକାଉଥିବା ବେଳେ ଆଜି ଏନେଇ ସ୍ପଷ୍ଟ ସଂକେତ ମିଳିପାରେ । ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ଭିତରେ ବୟାନବାଜି ଜାରି ରହିଛି । ଏପରିକି ସିଦ୍ଧୁଙ୍କ ରାଜନୈତିକ ପରାମର୍ଶଦାତା ମହମ୍ମଦ ମୁସ୍ତାଫା ଟ୍ୱିଟ୍ କରି ଲେଖିଛନ୍ତି, ୨୦୧୭ରେ କଂଗ୍ରେସକୁ ପଞ୍ଜାବବାସୀ ୮୦ ଜଣ ବିଧାୟକ ଦେଇଥିଲେ । କିନ୍ତୁ ଦୁଃଖର କଥା ହେଲା କଂଗ୍ରେସ ପଞ୍ଜାବକୁ ଭଲ ମୁଖ୍ୟମନ୍ତ୍ରୀ ଦେଇପାରିଲା ନାହିଁ । ତେଣୁ ପଞ୍ଜାବବାସୀଙ୍କୁ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବଦଳାଇବା ପାଇଁ ଏବେ ସମୟ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe