ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଭାଷାରେ ରିପୋର୍ଟ କରିବା ଘଟଣା : ୱେବ୍ ପୋର୍ଟାଲର ଏଡ଼ିଟର ଅଟକ

ଗତକାଲି ଏତଲା ଦେଇଥିଲେ ଦୂତୀ କହିଥିଲେ, ଅଶାଳୀନ ରିପୋର୍ଟ ପାଇଁ ଅଲିମ୍ପିକ୍ସ ସମୟରେ ପାଇଥିଲେ ମାନସୀକ ଆଘାତ

251

କନକ ବ୍ୟୁରୋ : ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ଅଟକ ରଖିଲା ପୋଲିସ । ଭୁବନେଶ୍ୱର ମହିଳା ଥାନା ପୋଲିସ ସୁଧାଂଶୁ ରାଉତଙ୍କୁ ଅଟକ ରଖି ପଚରାଉଚରା କରୁଛି । ପଚରାଉଚରା ପରେ ସୁଧାଂଶୁଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ ରୁଜୁ କରାଯାଇଛି ।

ସେହିଭଳି ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜ୍ଜତ୍ ଉପରେ ଆଂଚ ଆଣିବା ପରି କାର୍ଯ୍ୟ କରିବା ଭଳି ଧାରାରେ ପୋଲିସ  ମାମଲା ରୁଜୁ କରିଛି । ଗତକାଲି ଦୂତୀ ସୁଧାଂଶୁଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଆଲମ୍ପିକ୍ ଖେଳିବାକୁ ଯାଇଥିବା ସୁଧାଂଶୁଙ୍କ ୱେବ୍ ପୋର୍ଟାଲରେ ଦୂତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ସହ ବିବାଦୀୟ ଖବର ପ୍ରସାରଣ କରିଥିଲେ । ଯେଉଁଥି ପାଇଁ ସେ ଅଲମ୍ପିକ୍ସରେ ଦୌଡିବା ବେଳେ ମାନସିକ ଚାପରେ ଥିଲେ ବୋଲି କହିଥିଲେ ।