କନକ ବ୍ୟୁରୋ : ୪୦ ସିଟ୍ ବିଶିଷ୍ଠ ଗୋଟିଏ ଲଗ୍ଜରୀ ବସର ଦାମ ଭାରତରେ ୫୦ ଲକ୍ଷ ଟଙ୍କା ଉପରେ ରହିଛି । ହେଲେ ଏଠାରେ ଜଣେ ମାଲିକ ନିଜର ୧୦ ଟି ଲଗଜରୀ ବସକୁ ମାଲିକ କେଜି ପ୍ରତି ୪୫ ଟଙ୍କାରେ ବିକ୍ରି କରିବା ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ସୂଚନା ମୁତାବକ କେରଳ ଥିରୁଅନନ୍ତପୁରମରେ ଜଣେ ମାଲିକ ନିଜର ସମସ୍ତ ଲଗ୍ଜରୀ ବସକୁ କିଲୋ ୪୫ ଟଙ୍କା ଦାମରେ ବିକ୍ରି କରିବାକୁ ଘୋଷଣା କରିଛନ୍ତି ।
କରୋନା ମହାମାରୀର ଦୁଇବର୍ଷ ପରେ କଣ୍ଟାକ୍ଟ କ୍ୟାରିଜ ଉନର୍ସ ଆସୋସିଏସନ (ସିସିଓଏ) ବଡ ଆର୍ଥିକ ସଂକଟ ଦେଇ ଗତି କରୁଛି । ଏହି ଆସୋସିଏସନ ସହିତ ଜଡିତ କୋଚ୍ଚିର ଜଣେ ବସ ମାଲିକ ଶନିବାର ଦିନ ନିଜର ବସଗୁଡିକୁ କେଜି ପ୍ରତି ୪୫ ଟଙ୍କା ଦରରେ ବିକ୍ରି କରିବାକୁ ଘୋଷଣା କରିଛନ୍ତି । ବସ୍ ମାଲିକ ରାୟସନ ଜୋଶେଫ କହିଛନ୍ତି କି କରୋନା ମହାମାରୀ ବେଳେ ବେପାର ମାନ୍ଦା ପଡିଥିବାରୁ ସେ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ମହାମାରୀ ପୂର୍ବରୁ ତାଙ୍କ ପାଖରେ ମୋଟ ୨୦ ଟି ବସ୍ ଥିବା ବେଳେ ଏବେ ସେ ତା ମଧ୍ୟରୁ ୧୦ ଟି ବସ୍ ବିକ୍ରି କରିସାରିଛନ୍ତି ।
ରାୟସନ ଜୋଶେଫ କହିଛନ୍ତି କି ଏବେ ବସ ଚଳାଇବା ବଡ କଠିନ ହୋଇ ପଡିଛି । ଏନେଇ ନିଜେ ଓ ନିଜର ପରିବାର ଆର୍ଥିକ ସଂକଟରେ ଥିବା କଥା ଜୋଶେଫ କହିଛନ୍ତି । ଏହାସହ ପ୍ରତି ବସ୍ ଉପରେ ୪୪ ହଜାର ଲେଖାଏଁ ଟ୍ୟାକ୍ସ ସହ ୮୮ ହଜାର ଟଙ୍କା ଲେଖାଏଁ ବୀମା ବାକି ରହିଛି । ଏସବୁ ଦେବାକୁ ସେ ଅସମର୍ଥ ଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି । ଏହାସହ କରୋନା କାଳରେ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ମୁତାବକ ମାଲିକମାନେ ବସ୍ ଚଳାଉଥିଲେ ବି ପୋଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଚାଲାଣ କାଟୁଛି ।
ଅନ୍ୟପଟେ ଜୋଶେଫ କହିଛନ୍ତି କି, କରୋନା କଟକଣ । ହଟିବା ପରେ ମାସିକ କିସ୍ତି ଦେଇ ନପାରିବାରୁ ଫାଇନାନ୍ସ କମ୍ପାନୀମାନେ ତାଙ୍କ ଆସୋସିଏସନର ୨ ହଜାରରୁ ଅଧିକ ବସ୍ ଜବତ କରି ନେଇଛି । ଏସବୁକୁ ଦୃଷ୍ଟିରେ ରଖି ସେ ବସଗୁଡିକୁ ବିକ୍ରି କରିଦେବାକୁ ନିଷ୍ପତ୍ତି ନେଇଛନ୍ତି ।
Follow Us