ଚିଲିକା ପରେ ଭିତରକନିକା ନଦୀରେ ମିଳିବ କ୍ରୁଜର ମଜା । ଅଗଷ୍ଟ ପହିଲାରୁ ଜାତୀୟ ଉଦ୍ୟାନରେ ରହଣି ପାଇଁ ଆରମ୍ଭ ହେବ ହାଉସ୍ ବୋଟ୍

Advertisment
ଚିଲିକା ପରେ ଭିତରକନିକା ନଦୀରେ ମିଳିବ କ୍ରୁଜର ମଜା । ଅଗଷ୍ଟ ପହିଲାରୁ ଜାତୀୟ ଉଦ୍ୟାନରେ ରହଣି ପାଇଁ ଆରମ୍ଭ ହେବ ହାଉସ୍ ବୋଟ୍

କନକ ବ୍ୟୁରୋ : ଭିତରକନିକାରେ ଚାଲିବ ବିଳାସପୂର୍ଣ୍ଣ କ୍ରୁଜ। ଜାତୀୟ ଉଦ୍ୟାନକୁ ବୁଲି ଆସୁଥିବା ପର୍ୟ୍ୟଟକଙ୍କ ପ୍ରଥମ ପସନ୍ଦ ନୌ-ବିହାର। ଦୁଇ ପଟେ ଜଙ୍ଗଲ, ମଝିରେ ନଦୀ ଓ ସରୁକ୍ରିକରେ ନୌଯାତ୍ରା ପର୍ୟ୍ୟଟକଙ୍କୁ ନିଆରା ଅନୁଭୂତି ଦେଇଥାଏ। ଗଛ ଡାଳରେ ବସିଥିଲା ଚଢେଇଙ୍କ କାକଳି ସହିତ ପଠାରୁ ନଈକୁ ଲମ୍ଫ ମାରୁଥିବା ବଉଳାକୁମ୍ଭୀରଙ୍କ ବିରଳ ଦୃଶ୍ୟ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ୟ୍ୟଟକଙ୍କୁ ଦିନରେ ପରିଭ୍ରମଣ ସହିତ ଭିତରକନିକା ନଦୀରେ ରାତ୍ରିଯାପନର ନିଆରା ଅନୁଭୂତି ଦେବାକୁ ଅଗଷ୍ଟ ପହିଲାରୁ ଆରମ୍ଭ ହେବ କ୍ରୁଜସେବା। ନଦୀରେ ରାତ୍ରିଯାପନ ପାଇଁ ଦୁଇଟି ଡଙ୍ଗାକୁ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି। କ୍ରୁଜ ବା ହାଉସ୍ ବୋଟରେ ୨ଟି ଦମ୍ପତି ରାତ୍ରିଯାପନ କରିପାରିବେ। ଖାଇବା, ରହିବା ସହ କ୍ରୁଜ ଭିତରୁ ଭିତରକନିକାର ରାତି ଦୃଶ୍ୟକୁ ଉପଭୋଗ କରିପାରିବେ। ଗୋଟିଏ ରାତି ପାଇଁ ପର୍ୟ୍ୟଟକଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡିବ। ଗୁପ୍ତି କିମ୍ବା ଡାଙ୍ଗମାଳ ଜେଠିରେ ଏହି ବିଳାସପୂର୍ଣ୍ଣ ବୋଟ ଲଙ୍ଗର ପକାଇ ରହିବ। ସେହିଠାରେ ହିଁ ପର୍ୟ୍ୟଟକ ରାତ୍ରିଯାପନ କରିବେ। କ୍ରୁଜ ପ୍ରଥମଥର ପାଇଁ ଭିରକନିକାରେ ଚାଲିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe