କନକ ବ୍ୟୁରୋ: ବଲିଉଡରେ ସବୁଠାରୁ ବିବାଦୀୟ ମହେଶ ଭଟ୍ଟଙ୍କୁ ନେଇ ପୁଣିଏକ ନୂଆ ବିବାଦ । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ବଲିଉଡର ଡନ୍ ବୋଲି କହିଛନ୍ତି ଅଭିନେତ୍ରୀ ଲୁଭିନା ଲୋଧ । ନିଜକୁ ସେ ମହେଶ ଭଟ୍ଟଙ୍କ ଭଣଜା ବୋହୁ ବୋଲି ଦାବି କରିବା ସହ ସୁମିତ ସବରୱାଲଙ୍କ ପତ୍ନୀ ବୋଲି ପରିଚୟ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସୁମିତଙ୍କଠାରୁ ସେ ଛାଡପତ୍ର ପାଇଁ ଆବେଦନ କରିଥିବା କହିଛନ୍ତି । ଏଥିସହ ଲୁଭିନା କହିଛନ୍ତି ଯେ, ତାଙ୍କ ସ୍ୱାମୀ ଅର୍ଥାତ ମହେଶଙ୍କ ଭଣଜା ସୁମିତ ବଲିଉଡରେ ଡ୍ରଗ୍ସ ସପ୍ଲାଏ କରନ୍ତି । କିଛି ଅଭିନେତ୍ରୀଙ୍କ ନାଁ ମଧ୍ୟ ସେ ନେଇଛନ୍ତି ।

Advertisment

ସପ୍ନା ପବିି ଓ ଅମର୍ଯ୍ୟା ଦସ୍ତୁରଙ୍କ ଭଳି ଅଭିନେତ୍ରୀଙ୍କୁ ସେ ଡ୍ରଗ୍ସ ସପ୍ଲାଏ କରନ୍ତି ବୋଲି ଅଭିଯୋଗ କରିଛନ୍ତି ଲୁଭିନା । ଏଥିସହ ସୁମିତଙ୍କ ଫୋନରେ କିଛି ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ମେସେଜ ରହିଥାଏ । ତେଣୁ ସେ ମହିଳା ଚାଲାଣରେ ମଧ୍ୟ ସଂପୃକ୍ତ ଥିବା କହିଛନ୍ତି ଲୁଭିନା । ସବୁଠାରୁ ବଡକଥା ହେଉଛି ଏସବୁ ବିଷୟରେ ମହେଶ ଭଟ୍ଟଙ୍କୁ ଜଣାଅଛି । ଏବଂ ତାଙ୍କ ବିନା ଇସାରାରେ ବଲିଉଡରେ ପତ୍ରଟିଏ ହଲେନାହିଁ ବୋଲି କହିଛନ୍ତି ଲୁଭିନା । ଏହି ଅଭିଯୋଗ ଆଣିବା ପରେ ତାଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିଛନ୍ତି ଲୁଭିନା ଲୋଧ ।