କନକ ବ୍ୟୁରୋ : ୫୭୮ ରନ୍ କରି ଇଂଲଣ୍ଡ ଅଲ୍-ଆଉଟ୍ । ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍ର ତୃତୀୟ ଦିନରେ ୫୭୮ ରନ୍ କରି ଇଂଲଣ୍ଡ ପ୍ରଥମ ଇନିଙ୍ଗ୍ସ୍ର ପରିସମାପ୍ତି ହୋଇଛି । ୧୯୦.୧ ଓଭର୍ରେ ଇଂଲଣ୍ଡ ସଂଗ୍ରହ କରିଥିବା ଏହି ୫୭୮ ରନ୍ରେ ଜୋ ରୁଟ୍ଙ୍କର ଅବଦାନ ହେଉଛି ୨୧୮ ରନ୍ ।
ସଦ୍ୟତମ ସୂଚନା ଅନୁସାରେ, ଭାରତ ବ୍ୟାଟିଙ୍ଗ୍ ଆରମ୍ଭ କରିବା ସହ ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତ ୧୪ ଓଭର ଖେଳି ୨ ୱିକେଟ୍ ହରାଇବା ସହ ମାତ୍ର ୫୯ ସଂଗ୍ରହ କରିଛି । ଭାରତୀୟ ଟିମ୍ ପକ୍ଷରୁ ଓପନିଙ୍ଗ୍ କରିଥିଲେ ଶୁଭମ୍ ଗିଲ୍ ଓ ରୋହିତ ଶର୍ମା । ୬ ରନ୍ କରିଥିବା ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ରୋହିତ ଶର୍ମାଙ୍କୁ ଜୋଫ୍ରା ଆର୍ଚର୍ ଆଉଟ୍ କରିଛନ୍ତି । ସେହିଭଳି ୨୯ ରନ୍ କରି ଶୁଭମ୍ ଗିଲ ମଧ୍ୟ ଜୋଫ୍ରାଙ୍କ ଶିକାର ହୋଇଥିଲେ ତାଙ୍କ ସ୍ଥାନରେ ବର୍ତ୍ତମାନ ପୂଜାରା ଓ କୋହଲି ମୈଦାନରେ ଅଛନ୍ତି ।