କନକ ବ୍ୟୁରୋ : ଗୁରୁ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ମଧ୍ୟରାତ୍ର ୧ଟା ୩୧ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା କାଳ ଚନ୍ଦ୍ର ଗ୍ରହଣ ଲାଗିଥିଲା। ରାତି ୩ଟାରେ ଚନ୍ଦ୍ର ସର୍ବାଧିକ ୬୫% ଆଚ୍ଛାଦିତ ହୋଇ ରହିଥିଲା। ଏହି ଚନ୍ଦ୍ରଗ୍ରହଣ ବିଶେଷ କରି ଭାରତ ସମେତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ମହାଦେଶେର ଦୃଶ୍ୟମାନ ହୋଇଥିଲା। ମଧ୍ୟରାତ୍ର ୧୨ଟା ୧୩ ମିନିଟ୍ରୁ ଆଂଶିକ ଗ୍ରହଣ ଆରମ୍ଭ ହୋଇଥିଲା।
source : googleଏହି ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବା ପରେ ରାତ୍ରି ୧ଟା ୩୧ରୁ ଭୋର ୪ଟା ୨୯ ସମୟରେ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବା ସମ୍ଭବ ହୋଇଥିଲା। ଚନ୍ଦ୍ରଗ୍ରହଣ ପାଇଁ ଗତକାଲି ଅପରାହ୍ଣ ୪ଟା ୩୧ ମିନିଟ୍ରୁ ଭୋର୍ ସାଢ଼େ ୪ଟା ପର୍ଯ୍ୟନ୍ତ (୧୨ ଘଣ୍ଟା) ପାକ ନିଷେଧ ରହିଥିବାବେଳେ ଏହି ସମୟରେ ବିଭିନ୍ନ ମନ୍ଦିରରେ ଦେବନୀତି ମଧ୍ୟ ବନ୍ଦ ରହିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/MOON-2.jpg)