ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ । ସର୍ବାଧିକ ଦୁଇ ଘଂଟାଧରି ଦେଖାଗଲା ମହାଜାଗତିକ ଦୃଶ୍ୟ

124

କନକ ବ୍ୟୁରୋ : ବିଶ୍ୱ ବିଭିନ୍ନ ଦେଶରେ ଦୃଶ୍ୟମାନ ହୋଇଛି ଚନ୍ଦ୍ରଗ୍ରହଣ । ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବା ପରେ ଦେଶର ଅନ୍ୟ ସ୍ଥାନରେ ଦେଖାଯାଇଥିଲା ଏହି ମହାଜାଗତିକ ଦୃଶ୍ୟ  । ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଭିତରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଥିଲା । ଦୂରବିକ୍ଷଣ ଯନ୍ତ୍ର ସହାୟତାରେ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଚନ୍ଦ୍ରଗ୍ରହଣ ଦେଖିଛନ୍ତି  । ବର୍ଷର ଶେଷ ଚନ୍ଦ୍ରଗ୍ରହଣକୁ ପରମ୍ପରା ଅନୁସାରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ପରମ୍ପରା ଅନୁସାରେ ଜମ୍ମୁ କାଶ୍ମୀରରେ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଭଜନକୀର୍ତନ କରି ଉପାସନା କରିଛନ୍ତି । ବାରଣାସୀରେ ଗଂଗା ନଦୀରେ ବୁଡ ପକାଇ ଚନ୍ଦ୍ରଗ୍ରହଣ ଦେଖିଛନ୍ତି ହଜାର ହଜାର ଲୋକ ।