କନକ ବ୍ୟୁରୋ: ବିଜେପିରେ ମିଶିଲେ ଲୁଲୁଙ୍କ ପରିବାର ଓ ଲୁଲୁ ସେନା । ଏଥିପାଇଁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ମିଶ୍ରଣ ପର୍ବଣ ଆୟୋଜନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଓ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ଲୁଲୁସେନା ବିଜେପିରେ ମିଶିଛନ୍ତି । ଏହାଛଡା କଂଗ୍ରେସର ସତ୍ୟଜିତ ପଟ୍ଟନାୟକ ଓ ଆଉ କିଛି ବ୍ୟକ୍ତିବିଶେଷ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ଆଜିର ମିଶ୍ରଣ ପର୍ବରେ ପୁରୀ ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୀର୍ଘବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଲୁଲୁ ପରିବାର ବିଜେପିରେ ମିଶିଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ପ୍ରଦର୍ଶନୀ ପଡିଆରେ ମିଶ୍ରଣ ପର୍ବରେ ଯୋଗଦେବାକୁ ଲୁଲୁଙ୍କ ବାସଭବନରୁ ଏକ ବିରାଟ ଲୁଲୁ ସେନା ରାଲି ବାହାରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-14-at-2.08.29-PM.png)