କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ: ଲଗେଜ ବଗିରେ ଲାଗିଲା ନିଆଁ । କାରଣ ଅସ୍ପଷ୍ଟ

କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ: ଲଗେଜ ବଗିରେ ଲାଗିଲା ନିଆଁ । କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି। ଆଜି ସକାଳେ ଟ୍ରେନଟି ହରିଚନ୍ଦନପୁର ତିଲିକିଧରା ନିକଟରେ ଯାଉଥିବା ବେଳେ ଟ୍ରେନର ଲଗେଜ ବଗିରେ ଆକସ୍ମିକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଟ୍ରେନରେ ନିଆଁ ଲାଗିଥିବା ଜାଣିବା ସଙ୍ଗେ ସଙ୍ଗେ ଟ୍ରେନ୍ ଡ୍ରାଇଭର ଟ୍ରେନକୁ ଅଟକାଇ ଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରେନରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଅପରପକ୍ଷେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର ଟେନର ଇଞ୍ଜିନ ପାଖ ଲଗେଜ ବଗିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଯାଇଥିଲା। ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ତେବେ ଡ୍ରାଇଭର କୌଶଳକ୍ରମେ ଇଞ୍ଜିନ ଓ ପାସେଞ୍ଜର ବଗିଠାରୁ ନିଆଁ ଲାଗିଥିବା ଲଗେଜ ବଗିକୁ ଅଲଗା କରିବାରୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏହାଇ ଦିଆଯାଇ ପାରିଛି। ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛନ୍ତି।

publive-image

ଉଲ୍ଲେଖ ଥାଉ କି, ପୂର୍ବରୁ ବି ଏଭଳି ଅନେକ ଘଟଣା ଘଟିସାରିଛି । ନିକଟରେ ଏକ ଚଳନ୍ତା ଟ୍ରେନରେ ନିଅାଁ ଲାଗିଯିବା ଘଟଣା ସାମ୍ନାକୁ ଆସିଥିଲା । ଯଦିଓ ଏହି ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଯାତ୍ରୀ ହେଲେ ଏହି ସବୁ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe