ବଜାରକୁ ଆସିବ ଅଣ୍ଡାରେ ପ୍ରସ୍ତୁତ ପନିର୍ ,ପରଟା ଏବଂ ଅନ୍ୟ ୧୬ ଟି ପ୍ରଡକ୍ଟ ! ଏହି ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିବ ପ୍ରଡକ୍ଟ ।

237

ଦୁନିଆରେ ତିନି ପ୍ରକାର ଭୋଜନ ଗ୍ରହଣକାରୀ ଦେଖାଯାନ୍ତି । ପ୍ରଥମ ଶାକାହାରୀ,ଅଣ୍ଡାହାରୀ,ମାଂସାହାରୀ । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛି ତାହା ଅଣ୍ଡାହାରୀଙ୍କ ପାଇଁ ଏକ ଭଲ ଖବର । ଦୁନିଆରେ ଅଧିକରୁ ଅଧିକ ଲୋକ ଆମିଷ ନଖାଇ ଅଣ୍ଡା ଖାଇବାକୁ ଭଲ ପାଆନ୍ତି ଏବଂ ଆଗାମୀ ସମୟରେ ଅଣ୍ଡାରେ ପ୍ରସ୍ତୁତ ହୋଇଥିବା ପ୍ରଡକ୍ଟର ଚାହିଦା ମଧ୍ୟ ବଢିପାରେ । ପଞ୍ଜାବର ଗୁରୁ ଅଗନ୍ଦ ଦେବ ବିଶ୍ୱବିଦ୍ୟାଳୟ ପ୍ରଥମଥର ପାଇଁ ଅଣ୍ଡାରେ ପ୍ରସ୍ତୁତ ଅନେକ ପ୍ରକାରର ପ୍ରଡକ୍ଟ ପ୍ରସ୍ତୁତ କରିବାକୁ ଯାଉଛି । ଯାହାର ବଜାର ଦର ଖୁବ୍ ଅଧିକ । ଅଣ୍ଡା ପନିର୍ ,ଅଣ୍ଡା ଜୁସ୍ , ଅଣ୍ଡା ଆଚାର , ଅଣ୍ଡା ଚଟଣୀ ,ଅଣ୍ଡା ପରଟା ଭଳି ୧୬ ଟି ପ୍ରଡକ୍ଟକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ ଚାଷୀମାନଙ୍କୁ ଟ୍ରେନିଙ୍ଗ୍ ଦେବା କାମ ମଧ୍ୟ ଆରମ୍ଭ କରିଦେଇଛି ।

ଅଣ୍ଡାରେ ପ୍ରସ୍ତୁତ ପ୍ରଡକ୍ଟ ସମ୍ପୁର୍ଣ୍ଣ ରୁପେ କ୍ୟାମିକାଲ୍ ଫ୍ରି :

ଏହି ପ୍ରଡକ୍ଟମାନଙ୍କରୁ ଅଣ୍ଡାର ଦୁର୍ଗନ୍ଧ ଯେଭଳି ନ ଆସିବ ତାହାକୁ ଧ୍ୟାନ ଦିଆଯାଇଛି । ଏହି ପ୍ରଡକ୍ଟକୁ ସମ୍ପୁର୍ଣ୍ଣ ରୁପେ କ୍ୟାମିକାଲ୍ ଫ୍ରି କରାଯାଇଛି । ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ . ମନିଷ୍ କୁମାରଙ୍କ କହିବାନୁସାର , ଭାରତରେ ପ୍ରତିବର୍ଷ ୮୫ ବିଲିୟନ୍ ଅଣ୍ଡା ପ୍ରସ୍ତୁତ କରାଯାଏ । ଯାହା ବର୍ତ୍ତମାନ ୧୦ ରୁ ୧୨ ପ୍ରତିଶତ ବୃଦ୍ଧିରେ ବଢୁଛି । ଅଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ର ଅଭାବ ପୁରଣ ହୋଇଥାଏ । ବର୍ତ୍ତମାନ ଲୋକଙ୍କୁ ଶସ୍ତାରେ ଭିନ୍ନ ଭିନ୍ନ ଭେରାଇଟିରେ ଅଣ୍ଡାରୁ ମିଳୁଥିବା ପ୍ରୋଟିନକୁ ଉପଲବ୍ଧ କରାଯିବ ।