ଲକ୍ଷ୍ନୌ : ସିଏଏ ଏବଂ ଏନଆରସିକୁ ବିରୋଧ କରି ପ୍ରଦର୍ଶନ କରୁଥିଲେ ମହିଳା , ପୋଲିସ୍ କମ୍ବଳ/ଖାଦ୍ୟପେୟ ସାମଗ୍ରୀ ଛଡାଇବା ସହ ଶୀତ ପାଇଁ ଲଗାଇଥିବା ନିଆଁ ଉପରେ ପାଣି ଢାଳି ଚାଲିଗଲେ ।

ଲକ୍ଷ୍ନୌ : ସିଏଏ ଏବଂ ଏନଆରସିକୁ ବିରୋଧ କରି ପ୍ରଦର୍ଶନ କରୁଥିଲେ ମହିଳା , ପୋଲିସ୍ କମ୍ବଳ/ଖାଦ୍ୟପେୟ ସାମଗ୍ରୀ ଛଡାଇବା ସହ ଶୀତ ପାଇଁ ଲଗାଇଥିବା ନିଆଁ ଉପରେ ପାଣି ଢାଳି ଚାଲିଗଲେ ।

ନାଗରିକତା ସଂଶୋଧନ ଆଇନ୍ ତଥା ଏନଆରସିର ବିରୋଧରେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ହୁସେନାବାଦର କ୍ଲାକ୍ ଟାୱରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା ମହିଳାଙ୍କ ଉପରେ ପୋଲିସ୍ ଚଢାଉ କରିଛି । ଶନିିବାର ରାତି ପ୍ରଦର୍ଶନକାରୀ ମହିଳାଙ୍କ ଦ୍ୱାରା କରାଯାଇଥିଲା ବ୍ୟାରିକେଡ୍ ଭାଙ୍ଗିବା ସହ ଦଉଡି ଖୋଲିଥିଲେ ପୋଲିସ୍ । ଖାଲି ଏତିକି ନୁହଁ ପ୍ରଦର୍ଶନକାରୀଙ୍କଠାରୁ କମ୍ବଳ ଛଡାଇ ନେବା ସହ ଟେଣ୍ଟ୍ ସାମଗ୍ରୀକୁ ଗାଡିରେ ବୋହି ନେଇଥିଲେ ଲକ୍ଷ୍ନୌ ପୋଲିସ୍ । ଆଖପାଖରେ ଥିବା ସବୁ ଦୋକାନ ମଧ୍ୟ ବନ୍ଦ କରିଥିଲେ ଏବଂ ଶୌଚଳୟରେ ତାଲା ପକାଇଥିଲେ ପୋଲିସ୍ । ଥଣ୍ଡାରୁ ତ୍ରାହି ପାଇବା ପାଇଁ ଲଗାଇଥିବା ନିଆଁ ଉପରେ ପାଣି ମଧ୍ୟ ପକାଇଦେଲେ ପୋଲିସ୍ ଅଧିକାରୀ । publive-image

ପ୍ରଦର୍ଶନକାରୀଙ୍କ ଅଭିଯୋଗ ରହିଛି ଯେ ପୋଲିସ୍ ଖାଦ୍ୟପେୟ ସାମଗ୍ରୀକୁ ମଧ୍ୟ ଉଠାଇ ନେଇଥିଲା ଏବଂ ୬ ଜଣ ସାହାଯ୍ୟକାରୀଙ୍କ ଚାଲାଣ ମଧ୍ୟ କାଟିଥିଲା ପୋଲିସ୍ । ଏହି ମଉକାରେ ପୋଲିସ୍ , ପିଏସି ଏବଂ ଆରଏଏଫ୍ ର ଜବାନ ବିକ୍ଷୋଭକାରୀଙ୍କୁ ଘେରାବନ୍ଦୀ କରିବାପରେ ମହିଳାମାନେ ମହମବତୀ ଜଳାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଥିଲେ । ଏହି ସମୟରେ ମହିଳାମାନେ ପୋଲିସ୍ ଅଫିସରଙ୍କୁ ଫୁଲ ଦେଇ ଗାନ୍ଧୀଗିରି ଦେଖାଇଥିଲେ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe