ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ସହଜ ବିଜୟ । ୮ ୱିକେଟରେ ଜିତିଲା ଦଳ ।

126

କନକ ବ୍ୟୁରୋ: ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ସହଜ ବିଜୟ । ଅଧିନାୟକ ଲୋକେଶ ରାହୁଲ, ଡିକକଙ୍କ ଦମଦାର ଅର୍ଦ୍ଧଶତକୁ ଯୋଗୁ ୮ ୱିକେଟରେ ଜିତିଲା ଏଲଏସଜି । ପ୍ରଥମେ ବ୍ୟାଟିଂରେ ୬ ୱିକେଟରେ ୧୭୬ ରନ କରିଥିଲା ସିଏକେ ।

ଦଳ ପ୍ରାରମ୍ଭରୁ ୱିକେଟ୍ ବିପର୍ଯ୍ୟୟର ସାମ୍ନା କରିଥିଲା । ଦୁଇ ଓପନର ଫେଲ ମାରିବା ପରେ ପାଳି ସମ୍ଭାଳିଥିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୪୦ରୁ ବଲରୁ ୫୭ ରନ କରି ଦଳକୁ ଏକ ଭଲ ସ୍ଥିତିକୁ ଆଣିଥିଲେ ଜାଡେଜା । ଶେଷ ଆଡକୁ ବ୍ୟାଟିଂ କରିବାକୁ ଆସିଥିବା ଧୋନି ବିସ୍ଫୋରକ ଇନିସ ଖେଳିଥିଲେ । ୮ ବଲରୁ ୩ ଚୌକା, ଦୁଇ ଛକା ସହ ୨୮ ରନ କରି ଅପରାଜିତ ଥିଲେ ଧୋନି । ଲକ୍ଷ୍ନୌର ଦୁଇ ଓପନର ଡିକକ ଏବଂ ରାହୁଲ ଜବରଦସ୍ତ ବ୍ୟାଟିଂ କରିଥିଲେ । ଡିକକ ୪୩ ବଲରୁ ୫୪ ରନ କରିଥିବା ବେଳେ ରାହୁଲ ୫୩ ବଲରୁ ୮୨ ରନ କରି ବିଜୟକୁ ସହଜ କରିଦେଇଥିଲେ । ତେବେ ଗୋଟିଏ ଓଭର ପୂର୍ବରୁ ଲକ୍ଷ୍ନୌ ମ୍ୟାଚ ଜିତିନେଇଥିଲା । ଆଜି ହାଇଦ୍ରାବାଦ ଏବଂ ଦିଲ୍ଲୀ ମଧ୍ୟରେ ମୁକାବିଲା ହେବ । ତେବେ ପ୍ଲେଅଫ ଦୌଡରେ ଏବେ ୧୦ରୁ ୮ ଟିମ ରହିଛନ୍ତି । ରାଜସ୍ଥାନ ୭ରୁ ୬ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ କୋଲକତା, ଚେନ୍ନାଇ, ଲକ୍ଷ୍ନୌ, ହାଇଦ୍ରାବାଦ ୪ ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ସେହିପରି ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ୭ ଟି ମ୍ୟାଚରୁ ୩ ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।