ଆକ୍ସନରେ ଯୋଗୀ ସରକାର ! ବଦଳାଇବେ ଭିକାରୀଙ୍କ ଜୀବନଶୈଳୀ , ଦେବେ ରୋଜଗାରର ଅଫର୍

101

ଉତ୍ତରପ୍ରଦେଶରେ ଯୋଗୀ ସରକାର ଭିକାରୀଙ୍କ ପୁନଃବାସ ପାଇଁ ନୂତନ ପ୍ରୟାସ କରିବାକୁ ଯାଉଛନ୍ତି । ଏହି ସଂବନ୍ଧରେ ଖୁବଶୀଘ୍ର ସରକାର ଲକ୍ଷ୍ନୌରେ ଏକ ପାଇଲେଟ୍ ପ୍ରୋଜେକ୍ଟ ପ୍ରସ୍ତୁତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ନଗରନିଗମଙ୍କୁ ନିର୍ଦ୍ଧେଶ ଦେଇଛନ୍ତି କି ରାଜଧାନୀରେ ଭିକାରୀଙ୍କ ଚିହ୍ନଟ କରନ୍ତୁ ଏବଂ ତାଙ୍କୁ ଆଶ୍ରୟଗୃହରେ ରଖାଯାଉ । ଏଠାକୁ ଆସୁଥିବା ଭିକାରୀଙ୍କ ନୂତନ ପୁନଃବାସ ହେବ । ତେବେ ବୁଧବାର ଠାରୁ ୮ ଜୋନ୍ ରେ ଏହି ସର୍ଭେ କାମ ଆରମ୍ଭ ହୋଇଯାଇଛି । ନଗର ଆୟୁକ୍ତ କହିଛନ୍ତି ଯେ ସର୍ଭେ ରିପୋର୍ଟ ଆସିବା ପରେ ଭିକାରୀଙ୍କ ଚିହ୍ନଟ କରାଯାଇ ତାଙ୍କୁ ଡୋର୍ ଟୁ ଡୋର୍ କଲେକ୍ସନରୁ ଆରମ୍ଭ କରି ଅଳିଆ ଏକତ୍ର କରିବା , ନାଳ ଏବଂ ସଡକ ସଫା ଆଦି କାର୍ଯ୍ୟରେ ଲଗାଯିବ । ଦୈନିକ ସଫେଇ କାମ କରୁଥିବା ଏହି ଲୋକଙ୍କୁ ୨୫୦ ଟଙ୍କା ମଜୁରୀ ଦିଆଯିବ ।

ପେନସନ୍ ର ଲାଭ ଦେବା ପାଇଁ ମଧ୍ୟ କରାଯିବ ପ୍ରୟାସ :

ଶାରୀରିକ ସ୍ତରରେ ସ୍ୱସ୍ଥ ଥିବା ଲୋକଙ୍କୁ ସହରର ୫.୮ ଲକ୍ଷ ଘରେ ଅଳିଆ ଏକତ୍ର କରିବା ଏବଂ ଏହା ବଦଳରେ ଉପଯୋଗକର୍ତ୍ତା ଶୁଳ୍କ ଆଦାୟ କରିବା କାମ ଦିଆଯିବ । ଲକ୍ଷ୍ନୌର ନଗର ଆୟୁକ୍ତଙ୍କ ଶାରୀରିକ ରୁପରେ ଅକ୍ଷମ ଭିକାରୀଙ୍କୁ ଆଶ୍ରୟଗୃହରେ ରଖାଯିବ । ଅନ୍ୟପକ୍ଷରେ ସମାଜ କଲ୍ୟାଣ ବିଭାଗ ଅନୁଯାୟୀ ପେନସନ୍ ଏବଂ ସରକାରର ଅନ୍ୟ ସ୍କିମ୍ ଅନୁସାରେ ଲାଭ ଦେବାକୁ ପ୍ରୟାସ କରାଯିବ ଏବଂ ସମାଜର ମୁଖ୍ୟ ଧାରାରେ ସେମାନଙ୍କୁ ସାମିଲ୍ କରାଯିବାକୁ ଚେଷ୍ଟା କରାଯିବ । ଆପଣଙ୍କୁ କହିରଖୁଛୁ ଲକ୍ଷ୍ନୌରେ ଅନୁମାନିକ ରୁପରେ ୪୫୦ ରୁ ୫୦୦ ଭିକାରୀ ଅଛନ୍ତି ।

୫ ଟଙ୍କାରେ ଆହାର ବ୍ୟବସ୍ଥା ଉପଲବ୍ଧ କରାଯିବ :

ନଗର ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ଭିକାରୀମାନଙ୍କ ପାଇଁ ୫ ଟଙ୍କିଆ ଆହାରର ମଧ୍ୟ ଯୋଜନା କରାଯିବ । ଲକ୍ଷ୍ନୌ ନଗର ନିଗମ ବିଭାଗ ଏହି ଭିକାରୀମାନଙ୍କ ପାଇଁ ଆଶ୍ରୟଗୃହରେ ପାଣି,ଖଟ ଏବଂ ଚାଦର ଏବଂ ଶୌଚାଳୟର ସୁବିଧା ବ୍ୟବସ୍ଥା କରିବ ।