ମହଙ୍ଗା ପଡିଲା କମେଂଟ୍ ! ଦୁଇ ଯୁବକଙ୍କୁ ଠେଙ୍ଗାରେ ପିଟିଲେ ଜଣେ ଯୁବତୀ
ମହଙ୍ଗା ପଡିଲା କମେଂଟ୍ ମାରିବା । ଯୁବକଙ୍କୁ ସର୍ବସାଧାରଣରେ ଠେଙ୍ଗାରେ ପିଟିଲେ ଯୁବତୀ । ତାହା ପୁଣି ଜଣଙ୍କୁ ନୁହେଁ । ଏକା ଥରେ ଦୁଇ ଦୁଇଜଣ ଯୁବକଙ୍କୁ ପିଟିଛନ୍ତି ଯୁବତୀ ଜଣକ । ଲକ୍ଷ୍ନୌରେ ଘଟିଥିବା ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଯୁବତୀ ଜଣକ ନିଜ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଅନୁସରଣ କରିବା ସହ ଅଶ୍ଳୀଳ କମେଂଟ୍ କରୁଥିଲେ । ତେବେ ଏମିତି କିଛି ବାଟ ଯିବା ପରେ ଯୁବତୀ ଜଣକ ଅତିଷ୍ଠ ହୋଇ ପଡିଥିଲେ । ତାପରେ ସେ ଯେଉଁ ପଦକ୍ଷେପ ନେଲେ ତାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ହୋଇଯାଇଛି । ଯୁବତୀ ଜଣକ ନିକଟରେ ଥିବା ଜଣେ ସୁରକ୍ଷାକର୍ମୀଙ୍କ ଠାରୁ ଠେଙ୍ଗା ଆଣି ଉଭୟଙ୍କୁ ପିଟିଥିଲେ ।
ତେବେ ଘଟଣାଟି ଯେଉଁଠାରେ ଘଟିଛି ତାହା ୧୦୯୦ କ୍ରସିଂ ଅଂଚଳ ଭାବରେ ପରିଚିତ । ଅର୍ଥାତ୍ ମହିଳା ପୁଲିସ୍ ହେଲ୍ପ ଲାଇନ୍ କାର୍ଯ୍ୟାଳୟ ପାଖରେ ଏହା ହୋଇଛି ।
ଦେଖନ୍ତୁ ଏହି ଭିଡିଓ :