ଲକ୍ଷନୌ କାକୋରୀରେ ଏଟିଏସର ବଡ ଅପରେଶନ । ଅଲକାଏଦାର ଦୁଇ ଆତଙ୍କବାଦୀଙ୍କୁ ଧରିଥିବା ଦାବି

1,110

କନକ ବ୍ୟୁରୋ : ୟୁପି ରାଜଧାନୀ ଲକ୍ଷନୌ କାକୋରୀରେ ଏଟିଏସର ବଡ ଅପରେଶନ । ଅଲକାଏଦାର ଦୁଇ ଆତଙ୍କବାଦୀଙ୍କୁ ଧରିଥିବା ଦାବି । ର କାକୋରୀ ଅଞ୍ଚଳରେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ (ଏଟିଏସ) ସନ୍ଦେହ ଆଧାରରେ ଏକ ଘରକୁ ଘେରାବନ୍ଦୀ କରିଛି । ଏହାସହ ନିକଟରେ ଥିବା ଆଉଏକ ଘରକୁ ଖାଲି କରାଯାଇଛି । ମିଳିଥିବା ସୂଚନା ମୁତାବକ ଏଙ୍କିଏସ କମାଣ୍ଡରମାନେ ଘରଟିକୁ ଚାରିପଟୁ ଘେରି ଯାଇଛନ୍ତି । ଏହି କ୍ରମରେ ବୋମା ନିଷ୍କ୍ରୀୟକାରୀ ଦଳ ବି ସେଠାରେ ପହଂଚିଛି । ଏହାସହ ୨ ସନ୍ଦିଗ୍ଧଙ୍କୁ କବଜାକୁ ନେଇ ପଚରା ଉକ୍ଟ୍ରରା କରାଯାଉଛି । ଅନୁମାନ କରାଯାଉଛି କି ଘର ଭିତରେ ବିପୁଳ ପରିମାଣର ବୋମା ଓ ଗୁଳାବାରୁଦ ରହିଛି ।

ସୂଚନା ମୁତାବକ ଅନେକ ଦିନ ହେବ ଏଟିଏସ ତରଫରୁ ଏହି ଘର ଉପରେ ନଜର ରହିଥିଲା । କୁହାଯାଇଛି କି ସୂଚନା ସ୍ପଷ୍ଟ ହେବା ପରେ ଆଜି ଏହି ଘର ଉପରେ ଚଢାଉ କରାଯାଇଛି । ୩/୪ ଜଣ ସନ୍ଦିଗ୍ଧ ଯୁବକ କିଛିଦିନ ହେବ ସେହି ଘରକୁ ଯାତାୟତ କରୁଥିଲେ ।

ଆଇଜି ଜି.କେ ଗୋସ୍ୱାମୀଙ୍କ ତତ୍ୱାବଧାନରେ ଚାଲିିଥିବା ଏହି ଅପରେଶନରେ ଏପର୍ଯ୍ୟନ୍ତ ଦୁଇଟି ପ୍ରେସରକୁକର ବୋମା, ଟାଇମ୍ ବମ ଓ ବହୁ ପରିମାଣର ଗୁଳାବାରୁଦ ଜବତ୍ କରାଯାଇଛି । ଧରା ଯାଇଥିବା ଦୁଇଜଣ ଆତଙ୍କବାଦୀଙ୍କ ସଂପର୍କ ଅଲକାଏଦା ସଂଗଠନ ସହ ରହିଥିବା କୁହାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯେଉଁ ଦୁଇଜଣ ଆତଙ୍କବାଦୀ ପାକିସ୍ତାନର ସହଯୋଗୀ ।