ଚର୍ଚ୍ଚାରେ ଉବର୍ ଡ୍ରାଇଭର୍ ଙ୍କ ଗାୟିକୀ ! ଅବିକଳ ବଲିଉଡ୍ ଗାୟକ କୁମାର ସାନୁଙ୍କ ଭଳି ଗୀତ ଗାଇ ଚର୍ଚ୍ଚାରେ ଉବର୍ ଡ୍ରାଇଭର୍ , ଭାଇରାଲ୍ ହେଉଛି ଭିଡିଓ 

354

ରେଲୱେ ଷ୍ଟେସନରେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ଗୀତ ଗାଇ ସୋସିଆଲ୍ ମିଡିଆରେ ଷ୍ଟାର୍ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍ ଗାୟକ ହିମେଶ୍ ରେସମିୟାଙ୍କ ସହ ଗୀତ ଗାଇ ନିଜ ସ୍ୱପ୍ନକୁ  ସାକାର କଲେ ।  କିନ୍ତୁ ରାନୁଙ୍କ ସଫଳତା ପରେ ଏବେ ଅନେକ ବଣମଲ୍ଲୀ ନିଜ ସ୍ୱପ୍ନର ଉଡାଣ ଭରିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ।

ପ୍ରତିଦିନ ସୋସିଆଲ୍ ମିଡିଆରେ ପ୍ରତିଭାର ସଂଭାର ଦେଖିବାକୁ ମିଳୁଛି । ଏବେ ଲକ୍ଷ୍ନୌର ଜଣେ ଉବର୍ ଡ୍ରାଇଭରଙ୍କ ପ୍ରତିଭା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଡ୍ର୍ରାଇଭର୍ ଜଣକ ଲୋକପ୍ରିୟ ଆଶିକୀ ସିନେମାର ଏକ ସଂଗୀତ “ନଜର୍ କେ ସାମନେ” ଗୀତ ଗାଉଥିବା ନଜର ଆସିଛନ୍ତି । ୯୦ ଦଶକର ଏହି ସିନେମାର ସଂଗୀତକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହି ସଂଗୀତକୁ ଲୋକପ୍ରିୟ ଗାୟକ କୁମାର ସାନୁ ଗାଇଥିଲେ ।

 

୫୫ ସେକେଣ୍ଡର ଏହି ଭିଡିଓରେ ବିନୋଦ ନାମକ ଏହି ଡ୍ରାଇଭର୍ ଜଣକ କାର୍ ଭିତରେ ମାଇକ୍ ଧରି ଗୀତ ଗାଉଥିବାର ନଜର ଆସୁଛନ୍ତି । ବିନୋଦଙ୍କ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି । ଯେଉଁଥିରେ ସେ ସୁମଧୁର କଣ୍ଠରେ ଗୀତ ଗାଉଥିବାର ନଜର ଆସୁଛନ୍ତି । ଅନେକ ଲୋକ ତାଙ୍କୁ ଆଗକୁ ସଂଗୀତରେ ଉନ୍ନତି କରିବା ପାଇଁ ଶୁଭକାମନା ଜଣାଉଛନ୍ତି ।