ରେଲୱେ ଷ୍ଟେସନରେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ଗୀତ ଗାଇ ସୋସିଆଲ୍ ମିଡିଆରେ ଷ୍ଟାର୍ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍ ଗାୟକ ହିମେଶ୍ ରେସମିୟାଙ୍କ ସହ ଗୀତ ଗାଇ ନିଜ ସ୍ୱପ୍ନକୁ ସାକାର କଲେ । କିନ୍ତୁ ରାନୁଙ୍କ ସଫଳତା ପରେ ଏବେ ଅନେକ ବଣମଲ୍ଲୀ ନିଜ ସ୍ୱପ୍ନର ଉଡାଣ ଭରିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ।
ପ୍ରତିଦିନ ସୋସିଆଲ୍ ମିଡିଆରେ ପ୍ରତିଭାର ସଂଭାର ଦେଖିବାକୁ ମିଳୁଛି । ଏବେ ଲକ୍ଷ୍ନୌର ଜଣେ ଉବର୍ ଡ୍ରାଇଭରଙ୍କ ପ୍ରତିଭା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଡ୍ର୍ରାଇଭର୍ ଜଣକ ଲୋକପ୍ରିୟ ଆଶିକୀ ସିନେମାର ଏକ ସଂଗୀତ “ନଜର୍ କେ ସାମନେ” ଗୀତ ଗାଉଥିବା ନଜର ଆସିଛନ୍ତି । ୯୦ ଦଶକର ଏହି ସିନେମାର ସଂଗୀତକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହି ସଂଗୀତକୁ ଲୋକପ୍ରିୟ ଗାୟକ କୁମାର ସାନୁ ଗାଇଥିଲେ ।
Met an @Uber_India driver Vinod ji in Lucknow. He is an amazing singer and asked to sing a song for me after finishing his ride. Aur kya chaiye.
Please watch this video and make him famous. He is also having his own @YouTube@youtubemusic channel. #Lucknow#Uberpic.twitter.com/G4zu8u2531— #SavePriyanshu (@crowngaurav) September 14, 2019
୫୫ ସେକେଣ୍ଡର ଏହି ଭିଡିଓରେ ବିନୋଦ ନାମକ ଏହି ଡ୍ରାଇଭର୍ ଜଣକ କାର୍ ଭିତରେ ମାଇକ୍ ଧରି ଗୀତ ଗାଉଥିବାର ନଜର ଆସୁଛନ୍ତି । ବିନୋଦଙ୍କ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି । ଯେଉଁଥିରେ ସେ ସୁମଧୁର କଣ୍ଠରେ ଗୀତ ଗାଉଥିବାର ନଜର ଆସୁଛନ୍ତି । ଅନେକ ଲୋକ ତାଙ୍କୁ ଆଗକୁ ସଂଗୀତରେ ଉନ୍ନତି କରିବା ପାଇଁ ଶୁଭକାମନା ଜଣାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/vinod-sharma-viral-uber-singer.jpg)
/kanak/media/post_attachments/wp-content/uploads/2019/09/uber_driver_1568548505-300x225.jpg)