‘କରୋନା’ ପାଇଁ ପ୍ରଭାବିତ ହେବ କ୍ରିକେଟ । ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦର୍ଶକଙ୍କ ପ୍ରବେଶ କରିବାକୁ ମନା । ଆଇପିଏଲ ଆୟୋଜନ ନେଇ ବଢିଲା ସନ୍ଦେହ

ଶନିବାର ବୈଠକରେ ନିଷ୍ପତି ନେବ ବିସିସିଆଇ

261

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା ନେଇ କଡା କଟକଣା ପରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବହୁଚର୍ଚ୍ଚିତ ଆଇପିଏଲ ମ୍ୟାଚ୍ । କାରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେଉଥିବା ଫଟାଫଟ କ୍ରିକେଟର ଏହି ରୋମାଂଚକର ମୁକାବିଲାରେ ଦେଖିବାକୁ ମିଳିନପାରନ୍ତି ବିଦେଶୀ ଖେଳାଳି ।
ଏପ୍ରିଲ ୧୫ ଯାଏଁ ସରକାଙ୍କ ଭିସା କଟକଣା ଏମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ଶନିବାର ଦିନ ବିସିସିଆଇ ଆଇପିଏଲ ଗଭର୍ନିଂବଡି ବୈଠକ ବସିବ । ଏହି ବୈଠକରେ ହିଁ ଚୂଡାନ୍ତ ନିଷ୍ପତି ନିଆଯିବ ଯେ ଚଳିତ ବର୍ଷ ଆଇପିଏଲକୁ ରଦ୍ଦ କରାଯିବ ନାଁ ଘୁଂଚାଇ ଦିଆଯିବ ।

ସେପଟେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚରେ କେହି ଦର୍ଶକ ରହିବେ ନାହିଁ । ଖାଲି ରହିବ ଗ୍ୟାଲେରୀ ଏବଂ ଏହାରି ଭିତରେ ପଡିଆକୁ ଓହ୍ଲାଇବେ କ୍ରିକେଟ ଷ୍ଟାରମାନେ । ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ କ୍ରିଡା ସଂଗଠନ ପଡିଆରେ ବଡ ସମାଗମ ନକରି କିପରି ଖେଳ କରାଯାଇପାରିବ ସେନେଇ ସ୍ପଷ୍ଟ ଉତର ମାଗିଥିଲେ । ପୂର୍ବରୁ ମହାରାଷ୍ଟ୍ର ସରକାର କରୋନା ଯୋଗୁଁ ଆଇପିଏଲ ମ୍ୟାଚ ନକରିବାକୁ କହିଥିଲେ । ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଏଭଳି ଏକ ଜନଗହଳି ପୂର୍ଣ୍ଣ ଖେଳ ଆୟୋଜନ ମନା କରିଥିଲେ ।