ଲକ୍ଷ୍ନୌରେ ୧ ମାସ ପାଇଁ ଲାଗିଲା ଧାରା ୧୪୪, ଜାଣନ୍ତୁ କଣ ରହିଛି ନିୟମ

Advertisment
ଲକ୍ଷ୍ନୌରେ ୧ ମାସ ପାଇଁ ଲାଗିଲା ଧାରା ୧୪୪, ଜାଣନ୍ତୁ କଣ ରହିଛି ନିୟମ

କନକ ବ୍ୟୁରୋ :  ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମଙ୍ଗଳବାର ଠାରୁ ଧାରା ୧୪୪ ଲଗାଯାଇଛି । ସୂଚନା ମୁତାବକ କ୍ରିସମାସ, ନୂଆ ବର୍ଷ ଓ ପ୍ରବେଶିକା ପରୀକ୍ଷ ସହ ଅନ୍ୟ ପର୍ବ ପର୍ବାଣୀକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ପ୍ରଶାସନ ପକ୍ଷରୁ ଲକ୍ଷ୍ନୌରେ ପୂରା ଗୋଟିଏ ମାସ ପାଇଁ ଧାରା ୧୪୪ ବଳବତ୍ତର ରହିବ । ଏହା ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୦୫ ତାରିଖ ଯାଏ ଚାଲିବ ।

ପ୍ରଶାସନର ନିର୍ଦ୍ଦେଶ ମୁତାବକ ଲକ୍ଷ୍ନୌ ପାଖା ପାଖି ଅଞ୍ଚଳରେ କୌଣସି ଧାରଣା ପ୍ରଦର୍ଶନ କରାଯାଇ ପାରିବ ନାହିଁ, ଏହାସହ ବିଧାନସଭା ନିକଟରେ ଟ୍ରାକ୍ଟର ରାଲି, ଘୋଡାଗାଡି, ବଳଦଗାଡି, ଗ୍ୟାସ ସିଲିଣ୍ଡର ବୋଝେଇ ଗାଡି ନେଇ କୌଣସି ବ୍ୟକ୍ତି ବା ସଂଗଠନ ଯାଇ ପାରିବେ ନାହିଁ ।

ପ୍ରଶାସନର କହିବା ମୁତାବକ ବିଧାନସଭା ଆଖ ପାଖରେ ଧାରଣା ପ୍ରଦର୍ଶନ କରିବା କିମ୍ବା କୌଣସି ବାହନ ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଧାରା ୧୪୪ ର ଉଲଙ୍ଘନ ବୋଲି ବିବେଚନା କରାଯିବ । କଣ୍ଟେନମେଣ୍ଟ ଜୋନକୁ ଛାଡି ଧର୍ମସ୍ଥଳୀରେ ୫୦ରୁ ଅଧିକ ଲୋକ ଜମା ହେବା ଉପରେ କଟକଣା ଲଗାଯାଇଛି । ୧୪୪ ଧାରା ଲାଗିଥିବା ଅଞ୍ଚଳରେ ଏକସ୍ଥାନରେ ୧୦୦ ରୁ ଅଧିକ ଲୋକ ଜମା ହେବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।

ଧରା ୧୪୪ ମଧ୍ୟରେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଚିକିତ୍ସା ସେବା ନିୟମିତ ଭାବେ ଜାରି ରହିବ । ଏହା ବ୍ୟତୀତ କୌଣସି ପ୍ରକାର ଅତ୍ୟାବଶକ ପାଇଁ ପୂର୍ବରୁ ପ୍ରଶାସନର ଅନୁମତି ନେଇ ଆପଣ ଯାଇପାରିବେ । ଏନେଇ ପୋଲିସ ପ୍ରଶାସନ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୋଟିଏ ସ୍ଥାନରେ ଅଧିକ ଲୋକଜମା ହେଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe