କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ବେଳେ ଜଣେ ମହିଳା ପୋଲିଂ ଅଫିସରଙ୍କ ଫଟୋ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା କି ଜଣେ ମହିଳା ପୋଲିଂ ଅଫିସର ହଳଦୀ ରଙ୍ଗର ଶାଢୀ ସହ ଆଖିରେ କଳା ଚଷମା ଲଗାଇ ହାତରେ ଇଭିଏମ୍ ବାକ୍ସ ଧରି ପୋଲିଂ ସେଣ୍ଟରକୁ ଯାଉଥିଲେ । ସୋସିଆଲ ମିଡିଆରେ ଏହି ଫଟୋଟି ଭାଇରାଲ ହେବା ପରେ ଲୋକମାନେ ବେଶ୍ ସକରାତ୍ମକ କମେଣ୍ଟ ଦେଇଥିଲେ । ଏହି ମହିଳା କର୍ମଚାରୀ ଜଣଙ୍କ ହେଉଛନ୍ତି ଲକ୍ଷ୍ନୌର ରୀନା ଦ୍ୱିବେଦୀ । ରୀନା ପିଡବ୍ଲ୍ୟୁଡି ବିଭାଗର ଜଣେ କିରାଣୀ ଭାବେ କାମ କରନ୍ତି । ହେଲେ ଚଳିତ ନିର୍ବାଚନରେ ସେ କଳା ରଙ୍ଗର ଡ୍ରେସ ସହ ଧଳା ରଙ୍ଗର ଟ୍ରାଉଜରେ ଦେଖିବାକୁ ମିଳିଛନ୍ତି । ଏହାସହ ସେ ଆଖିରେ କଳାରଙ୍ଗର ଚଷମା ପିନ୍ଧିଥିବାର ଫଟୋ ଏଥର ବି ବେଶ ଭାଇରାଲ ହେଉଛି ।

Advertisment
View this post on Instagram

A post shared by | (@reena_.dwivedi)

ଏଥର ବି ପୂର୍ବଥର ଭଳି ହାତରେ ଇଭିଏମ ବାକ୍ସ ଧରି ରୀନା ଲକ୍ଷ୍ନୌର ମୋହନଲାଲଗଞ୍ଜ ବିଧାନସଭାର ଗୋସାଇଗଞ୍ଜ ବୁଥରେ ପହଂଚିଛନ୍ତି । ହେଲେ ଗତଥର ଠାରୁ ଏଥର ରୀନାଙ୍କ ଲୁକରେ ବେସ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏନେଇ ଗଣମାଧ୍ୟମକୁ ରୀନା କହିଛନ୍ତି କି, ସମୟ ସହିତ ନିଜକୁ ବଦଳାଇବାକୁ ପଡୁଛି । ପୂର୍ବଥର ଶାଢୀ ପିନ୍ଧି ଭୋଟିଂ କରାଇବାକୁ ଆସିଥିଲି ତେଣୁ ଚଳିତ ଥର ୱେଷ୍ଟର୍ନ ଲୁକ୍ ଆପଣାଇଛି ବୋଲି ରୀନା କହିଛନ୍ତି ।

ହେଲେ କହିରଖୁ ସେ ଶାଢୀରେ ଆସନ୍ତୁ କି ଡ୍ରେସରେ ତାଙ୍କ ଫଟୋ ଦେଖିବା ପରେ ଏବେ ଲୋକମାନେ ସୋସିଆଲ ମିଡିଆରେ ବେଶ ସକରାତ୍ମକ କମେଣ୍ଟ ଦେଉଛନ୍ତି । ଏହାସହ କୁହାଯାଉଛି କି, ରୀନା ଯେଉଁ ବୁଥରେ ଭୋଟିଂ କରାଇବାକୁ ଯାଉଛନ୍ତି ସେଠାରେ ମତଦାନ ପ୍ରତିଶତ ଅଧିକ ରହୁଛି । ଭୋଟରମାନେ ଭୋଟ ଦେବା ସହ ରୀନାଙ୍କୁ ଦେଖିବାକୁ ବୁଥରେ ଭିଡ ଜମାଉଛନ୍ତି ।