ଲଖୀମପୁର ହିଂସାକାଣ୍ଡ: ସୁମିତ ଜୟସବାଲ ଗିରଫ, ସାମ୍ନାକୁ ଆସିପାରେ ଅନେକ ତଥ୍ୟା…

89

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡକୁ ନେଇ ଆସିଛି ଏକ ବଡ ଖବର । ଏହି ଘଟଣାରେ ଏବେ ପୋଲିସ ସୁମିତ ଜାୟସବାଲକୁ ଗିରଫ କରିନେଇଛି । ସୂଚନା ଅନୁସାରେ, ଏସଆଇଟି ସୁମିତଙ୍କ ସହିତ ତାଙ୍କ ସାଙ୍ଗ ନନ୍ଦନ, ଶିଶୁପାଳ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିନେଇଛି । କୁହାଯାଉଛି ଏହି ମାମଲାରେ ପୋଲିସ ଖୁବଶୀଘ୍ର ନିଷ୍କର୍ସରେ ପହଞ୍ଚିବ ।

ମିଳିଥିବା ସୂଚନା ମୁତାବକ, ସୁମିତ ସେହି ଜିପରେ ବସିଥିଲେ, ଯେଉଁ ଜିପ୍ ଚାଷୀଙ୍କ ଉପରେ ଚଢି ଯାଇଥିଲା । ଜିପ୍ ଚାଷୀଙ୍କ ଉପରେ ଚଢିବା ପରେ, ସୁମିତ୍ ଏହା ଭିତରୁ ବାହାରି ଦୌଡିବା ସମୟର ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଥିଲା । ଯାହା ପରେ ପୋଲିସ ତାଙ୍କ ଉପରେ ଆକ୍ସନ ନେବା ସହିତ ଏବେ ତାଙ୍କୁ ଗିରଫ କରିଛି । ଏହାପୂୂୂର୍ବରୁ ପୋଲିସ ଏହି ଘଟଣାରେ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିଛି । ତାଙ୍କ ସହିତ ଅଙ୍କିତ ଦାସକୁ ମଧ୍ୟ ପୋଲିସ ଗିରଫ କରିସାରିଛି । ଆଉ ଏବେ ଏହି ଘଟଣାରେ ଗିରଫ ହୋଇଛି ସୁମିତ ଜୟସବାଲ ।

ସୂଚନାଯୋଗ୍ୟ ଯେ, ଲଖୀମପୁର ହିଂସାକାଣ୍ଡ ପରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଯାହା ପରେ ସୁମିତ ଜୟସବାଲ ଫେରାର୍ ହୋଇଯାଇଥିଲେ । ପୋଲିସ ଲଗାତାର ତାଙ୍କୁ ଖୋଜିବାରେ ଲାଗିଥିଲା , ହେଲେ ତାଙ୍କର ପତ୍ତା ଲଗାଇ ପାରୁନଥିଲା । ଏବେ ପୋଲିସର କହିବା ମୁତାବକ, ସୁମିତଙ୍କ ଗିରଫ ପରେ ଏହି ମାମଲାରେ ଅନେକ ରହସ୍ୟ ସାମ୍ନାକୁ ଆସିପାରିବ ।