ଶାହା ମାରିଲେ ସିଏଏ ସର ! କହିଲେ , ଯେତେ ବିରୋଧ କରୁଛ କର ସିଏଏ ଲାଗୁ ହୋଇକି ହିଁ ରହିବ ।

214

ସାରା ଦେଶରେ ସିଏଏକୁ ବିରୋଧ କରୁଥିବା ଲୋକ ଏବଂ ବିରୋଧୀଙ୍କୁ ଗୃହମନ୍ତ୍ରୀ ଅମିତ୍ ଶାହା କଡ଼ା ଜବାବ୍ ଦେଇଛନ୍ତି । ଲକ୍ଷ୍ନୌରେ ମଙ୍ଗଳବାର ସିଏଏକୁ ସମର୍ଥନ କରୁଥିବା ରାଲିକୁ ସମର୍ଥନ କରି ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି , ଲକ୍ଷ୍ନୌ ମାଟିରେ ଠିଆ ହୋଇ ଘୋଷଣା କରୁଛି ଯିଏ ସିଏଏକୁ ବିରୋଧ କରିବାକୁ ଚାହୁଁଛନ୍ତି କିମ୍ବା କରୁଛନ୍ତି ସେମାନେ ବିରୋଧ କରୁଥାନ୍ତୁ । କିନ୍ତୁ ସିଟିଜନ୍ ବିଲ୍ ଆଉ ଫେରସ୍ତ ଯିବ ନାହିଁ । ସିଏଏକୁ ସମର୍ଥନ କରି ଆୟୋଜିତ ରାଲିରେ ଗୃହମନ୍ତ୍ରୀ ଅମିତ୍ ଶାହା ସିଏଏ ବିରୋଧୀ ଦଳ ଅପପ୍ରଚାର କରୁଥିବା ଏବଂ ଭ୍ରମ ପ୍ରଚାର କରୁଥିବା କଥା କହିଥିଲେ ଯେଉଁଥିପାଇଁ ବିଜେପି ଜନ ଜାଗରଣ ଅଭିଯାନ ଚଲାଉଛି ବୋଲି ବି ଗୃହମନ୍ତ୍ରୀ କହିଥିଲେ ।

ଯାହା ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ଜନ ଜାଗୃତି ଅଭିଯାନ ବୋଲି କହିଥିଲେ ଶାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଏଏକୁ ନେଇ ଆସିଛନ୍ତି । କଂଗ୍ରେସ , ମମତା ବାନାର୍ଜୀ , ଅଖିଲେଶ୍ , ମାୟାବତୀ ଏବଂ ଅରବିନ୍ଦ କେଜରିୱାଲ୍ ସବୁ ଏହି ବିଲ୍ ର ବିପକ୍ଷରେ ଭ୍ରମ ପ୍ରସାର କରୁଥିବା କଥା କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ।