କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ୍ ଓ ତା’ର ଭାଇ ଅସ୍ରଫ ଲକ୍ଷେ୍ନø ଠାରୁ ନେଇ ପ୍ରୟାଗରାଜ ପର୍ଯ୍ୟନ୍ତ ଲୋକଙ୍କୁ ଡରାଇ ଧମକାଇ ସେମାନଙ୍କ ଜମି ହଡପ କରିନେଇଥିଲେ । କିଛି ସ୍ଥାନରେ ଶାଗମାଛ ଦରରେ ଜମି ବିକିବାକୁ ଲୋକଙ୍କୁ ବାଧ୍ୟ କରି ସେମାନଙ୍କ ଜମି କିଣିନେଇଥିଲେ । ହେଲେ ଏବେ ଏହି ଦୁଇ ଭାଇଙ୍କ ହତ୍ୟା ପରେ ନ୍ୟାୟ ପାଇଁ ପୁଲିସର ଦ୍ୱାରସ୍ଥ ହେଉଛନ୍ତି ପୀଡିତ । ତେଣୁ ସେମାନଙ୍କୁ ସେମାନଙ୍କ ଜମି ସବୁ ଫେରାଇ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଚାର କରୁଥିବା କୁହଯାଉଛି ।

ୟୁପିରେ ଏବେ ମାଫିଆଙ୍କ ଦ୍ୱାରା କବଜା ହୋଇଥିବା ଜମିକୁ ଚିହ୍ନଟ କରାଯାଇ ଲୋକଙ୍କୁ ଫେରାଇଦେବା ଉପରେ ବିଚାର କରୁଛନ୍ତି ରାଜ୍ୟ ସରକାର । କୁହାଯାଉଛି ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଖୁବଶୀଘ୍ର ଘୋଷଣା କରିପାରନ୍ତି । ଅତିକର ହତ୍ୟା ପରେ ସମସ୍ତ ପୀଡିତ ପରିବାରଙ୍କୁ ଦୃଷ୍ଟିରେ ରଖି ଏପରି ବିଚାର କରାଯାଉଛି ।