ସୁପ୍ରିମକୋର୍ଟ ଗେଟ୍ ଆଗରେ ପୀଡିତାଙ୍କ ଆତ୍ମହତ୍ୟା ମାମଲା, ପୂର୍ବ ଆଇପିଏସ ଅମିତାଭ ଠାକୁର ଗିରଫ

Advertisment
ସୁପ୍ରିମକୋର୍ଟ ଗେଟ୍ ଆଗରେ ପୀଡିତାଙ୍କ ଆତ୍ମହତ୍ୟା ମାମଲା, ପୂର୍ବ ଆଇପିଏସ ଅମିତାଭ ଠାକୁର ଗିରଫ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ପୂର୍ବତନ ଆଇପିଏସ ଅମିତାଭ ଠାକୁରଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି । ସୁପ୍ରିମକୋର୍ଟ ଗେଟ ବାହାରେ ଆତ୍ମହତ୍ୟା କରିଥିବା ପୀଡିତାଙ୍କ ମାମଲାରେ ହଜରତଗଞ୍ଜ ପୋଲିସ ତାଙ୍କୁ ଗିରଫ୍ କରିଛି । ତାଙ୍କ ନାମରେ ପୀଡିତାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଭଳି ସଂଗୀନ ଅଭିଯୋଗ ରହିଛି ।

ତାଙ୍କ ଗିରଫକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି କି “ପୂର୍ବତନ ପୋଲିସ ଅଧିକାରୀଙ୍କ ବିରୋଧରେ ବିଜେପି ପୋଲିସ ଅଭୁତପୂର୍ବ କାର୍ଯ୍ୟାନୁଷ୍ଠାନ।” ଏବେ ବିଜେପି ସରକାରଙ୍କ ଚାପରେ ପୋଲିସ ବି ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଉଛି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି ।

କହିରଖୁ କି କିଛିଦିନ ପୂର୍ବରୁ ଜଣେ ତଥା କଥିତ ଦୁଷ୍କର୍ମ ପୀଡିତା ଓ ତାଙ୍କ ବନ୍ଧୁ ସୁପ୍ରିମକୋର୍ଟର ଗେଟ ବାହାରେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ । ଏହାପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ବନ୍ଧୁ ଓ ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ମୃତ ପୀଡିତା ଜଣଙ୍କ ଅମିତାଭ ଠାକୁରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ଠାକୁରଙ୍କୁ ଏହି କାର୍ଯ୍ୟରେ ସହାୟତା କରିଥିବା ନେଇ ବିଏସପି ସାଂସଦ ଅତୁଲ ରାୟଙ୍କ ବିରୋଧରେ ବି ଅଭିଯୋଗ ଆଣିଥିଲେ ।

୧୯୯୨ ବ୍ୟାଚର ଆଇପିଏସ ଅଧିକାରୀ ଅମିତାଭ ଠାକୁର ବିହାରର ବାସିନ୍ଦା । ତାଙ୍କ ଚାକିରୀକାଳ ବହୁ ବିବାଦ ଭିତରେ କଟିଥିଲା । ସେ ନ୍ୟାସନାଲ ଆରଟିଆଇର ସଂସ୍ଥାପକ ଥିଲେ । ତାଙ୍କ ପତ୍ନୀବି ଜଣେ ସାମାଜିକ କର୍ମକର୍ତ୍ତା । ସେ ୨୦୧୫ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଉପରେ ଧମକ ଦେଇଥିବା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ । ସେହିବର୍ଷ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏହାର କିଛିଦିନ ପରେ ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରି ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe