କନକ ବ୍ୟୁରୋ : ଉତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଂଟ ଘୋଷଣା କରାଯାଇଛି । କଂଗ୍ରେସ ୧୭ଟି ଆସନ ଓ ସପା ୬୩ ଆସନ ସହ ଲଢ଼ିବାକୁ ସ୍ଥିର ହୋଇଛି । ଉଭୟ ଦଳ ମଧ୍ୟରେ ମାରାଥନ ବୈଠକ ପରେ ଆଜି ନିଷ୍ପତି ନିଆଯାଇଛି । କଂଗ୍ରେସ ଓ ସପା କହିଛନ୍ତି ବିଜେପି ହଟାଅ ଲକ୍ଷ୍ୟ ସହ ମେଂଟ କରିଛୁ । ଏଥରକ ନିର୍ବାଚନରେ ମୋଦୀ ସରକାରଙ୍କୁ ହଟାଇବାକୁ ସଂକଳ୍ପ ନେଇଛୁ । କିଛି ଦିନ ହେବ ଲୋକସଭା ନିର୍ବାଚନ ପାଇଁ ସମାଜବାର୍ଦି ପାଟି ଓ କଂଗ୍ରେସ ମଧ୍ୟରେ ଶେଷରେ ଆସନ ଭାଗବଂଟା ଅଙ୍କ ନଛିଡିବା ଯୋଗୁଁ ବିବାଦ ଦେଖାଦେଇଥିଲା । ଏପରିକି ସପା କଂଗ୍ରେସ ଆଗରେ ସର୍ତ ମଧ୍ୟ ରଖିଥିଲା । ତେବେ ଆପୋଷ ବୁଝାମଣା ପରେ ଛିଣ୍ଡିଛି ଅଙ୍କ । ଆଜିର ଘୋଷଣା ପରେ ପ୍ରତିକ୍ରିୟାରେ ଅଖିଳେଶ କହିଛନ୍ତି ସପା ଓ କଂଗ୍ରେସ ମଧ୍ୟରେ କୌଣସି ମତଭେଦ ନାହିଁ । ଶେଷରେ ସବୁ କିଛି ଠିକ ହୋଇଛି । ଏକାଠି ନିର୍ବାଚନ ଲଢ଼ିବାକୁ ଉଭୟ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି । ଉତରପ୍ରଦେଶରେ ମୋଟ ୮୦ ଟି ଲୋକସଭା ଆସନ ରହିଛି । ୧୭ଆସନରେ ଲଢ଼ିବ କଂଗ୍ରେସ ଓ ୬୩ ଆସନରେ ସପା ଲଢ଼ିବ । ଏଥିସହ ୩ଟି ଆସନ ନେଇ ଉଭୟଙ୍କ ମଧ୍ୟରେ ଯେଉଁ ମନାନ୍ତର ଥିଲା ତାହା ଆଲୋଚନାରେ ସମାଧାନ ହୋଇଛି । ମୁରାଦାବାଦ.ବିଜନୋର ଓ ବଲିଆ ସିଟକୁ ନେଇ ସପା ଓ କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଥଲା ।
ୟୁପିରେ କଂଗ୍ରେସ-ସପା ମେଂଟରେ ଉପରେ ଅଖିଳେଶଙ୍କ ମୋହର । ୧୭ଟି ଆସନ ସହ କଂଗ୍ରେସ ଓ ୬୩ ଆସନରେ ଲୋକସଭା ନିର୍ବାଚନ ଲଢ଼ିବ ସପା
/kanak/media/post_attachments/wp-content/uploads/2024/02/3-32.jpg)