ଏଣିକି ବିଲ୍ ପୈଠ ନକଲେ ମିଳିବନି ଛାଡ୍ । ୧୦ ହଜାରରୁ କମ୍ ବକେୟା ବିଲ୍ ପାଇଁ ବି କଟାଯିବ ବିଜୁଳି ସଂଯୋଗ । ମାସକର ବିଲ୍ ନ ଭରିଲେ ଏବେ ଲାଇନ୍ କାଟିବ ବିଜୁଳି ବିଭାଗ

Advertisment
ଏଣିକି ବିଲ୍ ପୈଠ ନକଲେ ମିଳିବନି ଛାଡ୍ । ୧୦ ହଜାରରୁ କମ୍ ବକେୟା ବିଲ୍ ପାଇଁ ବି କଟାଯିବ ବିଜୁଳି ସଂଯୋଗ । ମାସକର ବିଲ୍ ନ ଭରିଲେ ଏବେ ଲାଇନ୍ କାଟିବ ବିଜୁଳି ବିଭାଗ

କନକ ବ୍ୟୁରୋ: ବିଜୁଳୀ ଉପଭୋକ୍ତାଙ୍କ ବଡ ଖବର । ଏଣିକି ୧୦ ହଜାର ଟଙକାରୁ କମ୍ ବିଲ୍ ଥିଲେ ସଂଯୋଗ କାଟିବ ବିଜୁଳି ବିଭାଗ । ତେବେ ପୂର୍ବରୁ ୧୦ ହଜାର କିମ୍ବା ଏହାଠୁ ଅଧିକ ବିଜୁଳି ବିଲ୍ ବକେୟା ଥିଲେ ଇଲେକ୍ଟ୍ରି କନେକସନ କାଟିଦିଆଯାଉଥିଲା ମାତ୍ର ଏବେ କିନ୍ତୁ ଗୋଟିଏ ମାସର ବିଜୁଳି ବିଲ୍ ବାକି ରହିଲେ ଉପଭୋକ୍ତାଙ୍କ ଘରକୁ ବିଲ୍ ନେବା ପାଇଁ ବିଜୁଳି ବିଭାଗର କର୍ମଚାରୀ ଆସିପାରନ୍ତି । ଯାହାର ଅର୍ଥ ହେଲା ପ୍ରଥମେ ବିଜୁଳି ଖର୍ଚ୍ଚ କରନ୍ତୁ ଓ ତା ପରମାସରେ ବିଲ୍ ଆସିବା କ୍ଷଣି ହିଁ ଜମା କରନ୍ତୁ ।

ଯଦି କୌଣସି ଉପଭୋକ୍ତା ବିଲ୍ ଭରିବାରେ ଅସମର୍ଥ ହୁଅନ୍ତି ତେବେ ତାଙ୍କ ପାଇଁ ବିଜୁଳି ବିଭାଗ ପକ୍ଷରୁ ପୁନର୍ବାର ତାରିଖ ଧାର୍ଯ୍ୟ କରାଯିବ ଆଉ ଯଦି ସେ ଏହି ତାରିଖରେ ବି ବିଲ୍ ଜମା ନକରନ୍ତି ତେବେ ସଂପୃକ୍ତ ଉପଭୋକ୍ତାଙ୍କର ବିଜୁଳି ସଂଯୋଗକୁ କାଟି ଦିଆଯିବ । କୌଣସି ବିଜୁଳି ଉପଭୋକ୍ତାଙ୍କ ଉପରେ ଯଦି ୧୦ ହଜାର କିମ୍ବା ଏହାଠୁ କମ ବିଲ୍ ବକେୟା ରହିଥିବ ତେବେ ତାଙ୍କୁ ବିଜୁଳି ବିଭାଗ ପକ୍ଷରୁ ଆଉ ଆଶ୍ୱସ୍ତି ମିଳିବ ନାହିଁ । ଅର୍ଥାତ୍ ପ୍ରତିମାସ ବିଜୁଳି ବିଲ୍ ଭରିବାକୁ ଏଣିକି ବାଧ୍ୟ ଅଟନ୍ତି ଉପଭୋକ୍ତା ।

ଅନ୍ୟପକ୍ଷରେ ଏଭଳି ଉପଭୋକ୍ତାଙ୍କ ଘରକୁ ଏବେ ଲାଇନମ୍ୟାନଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଲାଇନ୍ ଲାଗିବ । ଏମାନେ ବିଲ୍ ପୈଠ କରୁନଥିବା ଉପଭୋକ୍ତାଙ୍କଠାରୁ ଟଙ୍କା ଆଦାୟ କରିବା ସହ ଯଦି କୌଣସି ଗ୍ରାହକଙ୍କ ବିଲ୍ ଅଧିକ ରହିଛି ଆଉ ଏହାକୁ ସେ ୨ଟି କିମ୍ବା ତିନୋଟି କିସ୍ତିରେ ଭରିବାକୁ ଚାହୁଁଛନ୍ତି ତେବେ ଅଧିକାରୀଙ୍କୁ ତାହା କରିବାକୁ ପଡିବ । ତେବେ ବିଜୁଳି ଉପଭୋକ୍ତାଙ୍କ ପାଇଁ ଜାରି ହୋଇଥିବା ଏହି ନୂଆ ନିର୍ଦ୍ଦେଶନାମା ବର୍ତ୍ତମାନ ମଧ୍ୟପ୍ରଦେଶରେ ଲାଗୁ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe