ଅଖିଲେଶ୍ ଙ୍କ ଉପରୁ ହଟିବ Z-Plus ସୁରକ୍ଷା ! ଅଖିଲେଶ୍ ଯାଦବଙ୍କ ଉପରୁ ‘ବ୍ଲାକ୍ କ୍ୟାଟ୍’ ସୁରକ୍ଷାକୁ ହଟାଇବେ ସରକାର , ତାଲିକାରେ ରହିଛି ୧୨ ଭିଆଇପିଙ୍କ ନାଁ ।

224

ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ୍ ଯାଦବଙ୍କ ଉପରୁ ଜେଡ୍ ପ୍ଲସ୍ ଶ୍ରେଣୀରେ ମିଳିଥିବା ବ୍ୟାକ୍ କ୍ୟାଟ୍ ସୁରକ୍ଷାକୁ ଉଠାଇ ନିଆଯିବ । ସୂତ୍ର ଅନୁସାରେ , କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ନିକଟରେ ସିଆରପିଏଫ୍ ସୁରକ୍ଷା ପ୍ରାପ୍ତ ଭିଆଇପି ବ୍ୟକ୍ତିବିଶେଷଙ୍କ ସୁରକ୍ଷାକୁ ନେଇ ସମୀକ୍ଷା କଲେ । ଏଥିରେ ସପା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଏନଏସଜି କଭର୍ ଉଠାଇ ନେବା ପାଇଁ ନିଷ୍ପତ୍ତି ନିଆଗଲା ।

ସୂତ୍ର ମୁତାବକ , ଅଖିଲେଶଙ୍କ ଭଳି ଆହୁରି ୧୨ ଜଣ ଭିଆଇପି ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଉପରୁ ଏହାକୁ ହଟାଯିବ ନଚେତ୍ ସୁରକ୍ଷାକୁ କମ୍ କରାଯିବ । ତେବେ ଅଖିଲେଶଙ୍କ ଉପରୁ ସମ୍ପୁର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ହଟିବ ନା ଏଥିରେ କମ୍ ହେବ ତାହା ଏଯାଏଁ ଜଣାପଡିନାହିଁ । ତେବେ ମୁଲାୟମ୍ ସିଂହ ଯାଦବଭ୍କ ବାଲକକ୍ କ୍ୟାଟ୍ ସୁରକ୍ଷା ବଳବତ୍ତର ରହିବ । ଅଖିଳେଶଙ୍କୁ ୨୨ ଜଣ ସୁରକ୍ଷାକର୍ମୀ ଯୋଗାଇ ଦେଉଛନ୍ତି ସେବା । ୨୦୧୨ ମସିହାରେ କେନ୍ଦ୍ର ସରକାର ଅଖିଲେଶ୍ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଏହି ସୁବିଧା ଯୋଗାଇ ଦେଇଥିଲେ ।