ଗୋ-ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବା ଯୋଗ୍ୟ । ଏହ୍ଲାବାଦ ହାଇକୋର୍ଟ କହିଲେ, ତୁରନ୍ତ କେନ୍ଦ୍ର ସରକାର ଆଣନ୍ତୁ ଆଇନ ।

ଗୋ-ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବା ଯୋଗ୍ୟ । ଏହ୍ଲାବାଦ ହାଇକୋର୍ଟ କହିଲେ, ତୁରନ୍ତ କେନ୍ଦ୍ର ସରକାର ଆଣନ୍ତୁ ଆଇନ ।

କନକ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ଗାଈ । ଏହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ପୁଣିଥରେ ଗାଈକୁ ଚର୍ଚ୍ଚାର ପରିସରକୁ ଆଣିଛି । ଏହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠର ବିଚାରପତି ଜଷ୍ଟିସ ସମିମ ଅହମ୍ମଦ କହିଛନ୍ତି, ହିନ୍ଦୁ ଧର୍ମରେ ଗୋ-ମାତାଙ୍କୁ ଦେବତୁଲ୍ୟ ଭାବେ ପୂଜା କରାଯାଏ । ତେଣୁ ଗାଈକୁ ସଂରକ୍ଷିତ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରାଯିବା ସହ ଗୋ-ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଇନ ଆଣିବାକୁ କେନ୍ଦ୍ରକୁ କହିଛନ୍ତି ।

ଗତ ୧୪ ଫେବ୍ରୁଆରୀରେ ସମିମ ଅହମ୍ମଦଙ୍କ ବେଞ୍ଚ ପୁରାଣର ଦ୍ୱାହି ଦେଇ କହିଥିଲେ, ଯିଏ କେହି ବି ଗାଈକୁ ହତ୍ୟା କରନ୍ତି କିମ୍ବା ହତ୍ୟା କରିବାକୁ ଅନୁମତି ଦିଅନ୍ତି ସେମାନେ ନର୍କରେ କଷ୍ଟ ପାଇବା ଯୋଗ୍ୟ ବୋଲି କୁହାଯାଏ । ଏକ ଗୋ-ହତ୍ୟା ମାମଲାର ଶୁଣାଣି ବେଳେ ସମିମ ଏଭଳି କହିଥିଲେ । ବିଭିନ୍ନ ଦେବାଦେବୀଙ୍କ ସହ ଗାଈ ଜଡିତ । ଖାସକରି ଭଗବାନ ଶିବ, ଭଗବାନ ଇନ୍ଦ୍ର ଓ ଭଗବାନ କୃଷ୍ଣଙ୍କ ସହ ଗୋ-ମାତା ଜଡିତ । କିମ୍ବଦନ୍ତୀ ଅନୁଯାୟୀ, ସମୁଦ୍ର ମନ୍ଥନ ବେଳେ କ୍ଷୀର ସାଗରରୁ ଗାଈ ପ୍ରକଟ ହୋଇଥିଲେ । ପରେ ଏହି ଗାଈଙ୍କୁ ସପ୍ତଋଷିଙ୍କୁ ଦିଆଯାଇଥିଲା ଯାହା ପରବର୍ତ୍ତୀ ସମୟରେ ଋଷି ବଶିଷ୍ଠଙ୍କ ପାଖରେ ପହଞ୍ଚିଥିଲା । ଗାଈଙ୍କ ଠାରୁ ମିଳୁଥିବା ପଦାର୍ଥ ଅତ୍ୟନ୍ତ ଶୁଦ୍ଧ ଓ ଔଷଧୀୟ ଗୁଣରେ ଭରପୁର । ଯେଉଁଥିପାଇଁ ଗାଈ ଦାନକୁ ସର୍ବୋତ୍ତମ ଦାନ କୁହାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe