ସଂସଦରେ ମୁଲାୟମ୍ ସିଂହ ଯାଦବ ଯେତେବେଳେ ସୋନିଆ ଗାନ୍ଧୀଙ୍କ ପାଖରେ ଠିଆ ହୋଇ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାର କାମନା କରୁଥିବା କଥା କହିଥିଲେ ସେତେବେଳେ ସଂସଦରେ ତାଳିର ଶବ୍ଦ ଗୁଞ୍ଜରଣ ହେଉଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହି କଥାକୁ ନେଇ କହିଥିଲେ ଯେ , “ଏବେ ତ ମୁଲାୟମ୍ ଜୀଙ୍କ ଆଶିର୍ବାଦ ମୋ ଉପରେ ଅଛି । ଆଉ କାହାରିକୁ ଭୟ ନାହିଁ ।”
ଅନ୍ୟପକ୍ଷରେ ଲଖନଉଁରେ ବିଜେପି କାର୍ଯ୍ୟକର୍ତ୍ତା ଏକ ହୋଡିଙ୍ଗ୍ ଲଗାଇ ମୁଲାୟମ୍ ସିଂହ ଯାଦବଙ୍କୁ ଧନ୍ୟବାଦ କହିଛନ୍ତି । ମୁଲାୟମ୍ ସଂସଦରେ ମୋଦିଙ୍କ ସପକ୍ଷରେ କହିଥିଲେ ଯେ ମୋଦି ସମସ୍ତଙ୍କ ସହ ମିଶି କାମ କରିଛନ୍ତି ଏବଂ ସେ ପୁଣିଥରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ତେବେ ତାଙ୍କର ଏହି ବୟାନ୍ ଏବେ ଚର୍ଚ୍ଚାରେ ରହିଛି । ମୁଲାୟମ୍ ଙ୍କ ଏହି ବାକ୍ୟକୁ ନେଇ ସପା ନେତା ଆଜମ୍ ଖାନ୍ ଦୁଃଖ ବ୍ୟକ୍ତ କରିଛନ୍ତି । ଆଜମ୍ କହିଥିଲେ ଯେ ଏଭଳି ପ୍ରତିତ ହେଉଛି ଏହି ବାକ୍ୟ ଯେଭଳି ନେତାଜୀଙ୍କ ପାଟିରୁ କେହି କୁହାଇଛନ୍ତି । ଏହି ଶବ୍ଦ ତାଙ୍କର ହୋଇନପାରେ । କେବେ ମୁଲାୟମ୍ ଙ୍କ ପାଖଲୋକ ରହି ଆସୁଥିବା ଅମର ସିଂହ କହିଥିଲେ ଯେ ଏହା କେବଳ ଏକ ଭ୍ରମ ସୃଷ୍ଟି କରିବା ପାଇଁ କୁହାଯାଇଛି ଏହାଦ୍ୱାରା ମୋଦି,ଚନ୍ଦ୍ରକାଳ ଏବଂ ରାମା ରମନ୍ ମାମଲାରେ ତାଙ୍କ ଉପରେ ଏବଂ ମାୟାବତୀଙ୍କ ଶାନ୍ତ ବଳବତ୍ତର ରୁହେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/THANK-U.jpg)
/kanak/media/post_attachments/wp-content/uploads/2019/02/modi-300x225.jpeg)
/kanak/media/post_attachments/wp-content/uploads/2019/02/201902131845144101_mulayam-singh-yadav-about-narendra-modi_SECVPF-2-300x225.jpg)