କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟରେ ପଞ୍ଚାୟତୀରାଜ ମନ୍ତ୍ରୀ ଥିବା ଭୂପେନ୍ଦ୍ର ଚୌଧୁରୀ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଦିନ ଭୂପେନ୍ଦ୍ର ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପଠାଇ ଦେଇଛନ୍ତି । କହିରଖୁ କି କିଛିଦିନ ତଳେ ଭୂପେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ବିଜେପି ସମ୍ବିଧାନ ମୁତାବକ ଜଣେ ବ୍ୟକ୍ତି ଗୋଟିଏ ପଦବୀ ଆଧାରରେ ସେ ଇସ୍ତଫା ଦେଇଥିବା କଥା କୁହାଯାଇଛି । କୁହାଯାଉଛି କି ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ସେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀପଦ ଛାଡିଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଇସ୍ତଫା ଦେବା ପରେ ଭୂପେନ୍ଦ୍ର ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଦଳର ରାଜ୍ୟ ସଂଗଠନକୁ ଅଧିକ ସମୟ ଦେବା ପାଇଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଭୂପେନ୍ଦ୍ର ଚୌଧୁରୀ ପ୍ରଥମେ ଜଣେ ସାଧାରଣ କର୍ମୀଭାବେ ବିଜେପିରେ ଯୋଗ ଦେଇଥିଲେ । ହେଲେ ମାତ୍ର କିଛି ବର୍ଷ ମଧ୍ୟରେ ନିଜର କାର୍ଯ୍ୟଦକ୍ଷତା ବଳରେ ସେ ରାଜ୍ୟ ବିଜେପିର ଅଧ୍ୟକ୍ଷ ହୋଇପାରିଛନ୍ତି । ଦଳ ତରଫରୁ ପଶ୍ଚିମ ଉତ୍ତର ପ୍ରଦେଶର ଜାତୀୟ ସମିକରଣକୁ ନଜରରେ ରଖି ତାଙ୍କୁ ଅଧ୍ୟକ୍ଷ ପଦ ଦେଇଥିବା କଥା କୁହାଯାଇଛି ।