କନକ ବ୍ୟୁରୋ: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଦୁବଗ୍ଗାରେ ଧର୍ମନ୍ତରୀକରଣର ବିରୋଧ କରିବାରୁ ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ । ପ୍ରେମିକ ୪ ମହଲା ଉପରୁ ଯୁବତୀଙ୍କୁ ତଳକୁ ଠେଲିଦେଇଥିବା ବେଳେ ଯୁବତୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ।। ତେବେ କିଛି ସମୟ ପରେ ସମ୍ପୃକ୍ତ ଯୁବତୀର ମୃତ୍ୟୁ ହୋଇଛି । ଘଟଣା ପରେ ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଛି । ପିଡୀତାଙ୍କ ପରିଜନ ପ୍ରେମିକ ତହରିର ଉପରେ ହତ୍ୟ।। ଏବଂ ଜବରଦସ୍ତି ଧର୍ମପରିବର୍ତ୍ତନର ମାମଲା ରୁଜୁ କରିଛନ୍ତି ।
ଦୁବଗ୍ଗାର ଡୁଡା କଲୋନୀର ୧୯ ବର୍ଷୀୟା ନିଧି ଗୁପ୍ତା ସେହି ଅଞ୍ଚଳରେ ରହୁଥିବା ସୁଫିଆନଙ୍କ ସହ ପ୍ରେମସମ୍ପର୍କରେ ଥିଲେ । ପୋଲିସର କହିବା ଅନୁସାରେ କିଛି ଦିନ ତଳେ ସୁଫିଆନ ଯୁବତୀଙ୍କୁ ମୋବାଇଲ ଫୋନ ଦେଇଥିଲେ । ଏହି କଥା ମଙ୍ଗଳବାର ଘର ଲୋକ ଜାଣିବାକୁ ପାଇଥିଲେ । ତେବେ ଏହାର ଅଭିଯୋଗ ନେଇ ସୁଫିଆନ ଘରେ ପହଞ୍ଚିଥିଲେ, ଦୁଇ ପରିବାର ମଧ୍ୟରେ ଏନେଇ ଗଣ୍ଡଗୋଳ ହୋଇଥିଲା । ଏହାରି ମଧ୍ୟରେ ଯୁବକ ଜଣଙ୍କ ଯୁବତୀଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/Collage-Maker-16-Nov-2022-02.16-PM.jpg)