ପ୍ରଭାକରନ ବଞ୍ଚିଛି! ସାମାଜିକ କର୍ମୀ ନେଦୁମାରନ କହିଲେ, ଖୁବଶୀଘ୍ର ଦେବି ପ୍ରମାଣ ।

259

କନକ ବ୍ୟୁରୋ : ବଞ୍ଚିଛନ୍ତି ଏଲଟିଟିଇ ମୁଖ୍ୟ ପ୍ରଭାକରନ ।ତାମିଲ ବିଶ୍ୱ ପରିସଂଘର ଅଧ୍ୟକ୍ଷ ପାଝା ନେଦୁମାରନ ପ୍ରଭାକରନଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଶନିବାର ନେଦୁମାରନଙ୍କ ଏହି ଘୋଷଣା ଶ୍ରୀଲଙ୍କାରେ ଥିବା ତାମିଲ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି । ଏପରିକି ଯେତେବେଳେ ତାଙ୍କୁ ପ୍ରମାଣ ମିଳିବ ସଙ୍ଗେସଙ୍ଗେ ଗଣମାଧ୍ୟମରେ ଜାରି କରିବେ ବୋଲି କହିଛନ୍ତି ନେଦୁମାରନ । ପ୍ରଭାକରନ ପୁଣିଥରେ ସାମ୍ନାକୁ ଆସିବାର ଏହା ଅନୁକୂଳ ସମୟ ବୋଲି ସେ କହିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନେଦୁମାରନ କହିଛନ୍ତି,. ପ୍ରଭାକରନ ବଞ୍ଚିଥିବା ଖବର ଅନେକ ଶ୍ରୀଲଙ୍କା ତାମିଲଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି । କିନ୍ତୁ ଯଦି କାହାର ପ୍ରମାଣ ଦରକାର ତେବେ ମୁଁ ତାଙ୍କୁ ଫୋନ୍ କରିବି ଓ ଡାକିକି ପ୍ରମାଣ ଦେବି । କିନ୍ତୁ ଏଥିପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଯେତେବେଳେ ପ୍ରମାଣ ମିଳିବ  ସେତେବେଳେ ସଙ୍ଗେସଙ୍ଗେ ଏହାକୁ ଗଣମାଧ୍ୟମକୁ ଦେବି ।

ଏହାସହ ପୂର୍ବରୁ ନେଦୁମାରନ କହିଥିଲେ, ଖୁବଶୀଘ୍ର ପ୍ରଭାକରନ ସର୍ବସମ୍ମୁଖକୁ ଆସିବା ସହ ତାମିଲ ଜାତିକୁ ମୁକ୍ତି କରିବାକୁ ବଡ ଘୋଷଣା କରିବେ । ଆଉ ଏଥିପାଇଁ ସମସ୍ତ ତାମିଲ ଲୋକଙ୍କର ସମର୍ଥନ ଆବଶ୍ୟକ । ଗତ ୧୪ ବର୍ଷ ପୂର୍ବେ ପ୍ରଭାକରନଙ୍କୁ ଶ୍ରୀଲଙ୍କା ସେନା ହତ୍ୟା କରିଥିଲା ବୋଲି ସ୍ପଷ୍ଟ କରିଥିଲା । ଏପରିକି ପ୍ରଭାକରନଙ୍କ ମରଶରୀରର ମଧ୍ୟ ଫଟୋ ଜାରି କରିଥିଲା ।