ଲେଫ୍ଟନାଂଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତ । ୭୦ ବର୍ଷ ବୟସରେ ଦିଲ୍ଳୀର ଏକ ଘରୋଇ ହସ୍ପିଟାଲରେ ପରଲୋକ

Advertisment
ଲେଫ୍ଟନାଂଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତ । ୭୦ ବର୍ଷ ବୟସରେ ଦିଲ୍ଳୀର ଏକ ଘରୋଇ ହସ୍ପିଟାଲରେ ପରଲୋକ

କନକ ବ୍ୟୁରୋ: ପୂର୍ବତନ ସାମରୀକ ଅଧିକାରୀ ଲେଫ୍ଟନାଂଟ ଜେନେରାଲ କେ.ପି ଧଳସାମନ୍ତଙ୍କ ପରଲୋକ ହୋଇଯାଇଛି । ଅସୁସ୍ଥତା କାରଣରୁ ଦୀର୍ଘ ଏକମାସ ଧରି ସେ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ରଷ୍ଟ୍ରୀୟ ରାଇଫଲ୍ସର ଡିଜି ଭାବେ ସେ ଅବସର ଗ୍ରହଣ କରିଥିଲେ ।

publive-image

ଶ୍ରୀ ଧଳସାମନ୍ତ ୨୦୦୭ରୁ ୨୦୧୦ ଯାଏଁ ଏହି ଦାୟିତ୍ୱରେ ରହିିଥିଲେ । ୧୯୭୧ ମସିହାରେ ସେ ବାଲାଂଦେଶ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ । ପରେ ସେ ଅପରେସନ ବ୍ଲୁ ଷ୍ଟାର ଓ ପଂଜାବରେ ଆତଙ୍କବାଦ ବିରୋଧ ଲଢେଇଲରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ଚର୍ଚ୍ଚାରେ ଅଂଶଗ୍ରହଣ କରି ସେ ବେଶ ନାଁ କମାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe