କନକ ବ୍ୟୁରୋ: ପୂର୍ବତନ ସାମରୀକ ଅଧିକାରୀ ଲେଫ୍ଟନାଂଟ ଜେନେରାଲ କେ.ପି ଧଳସାମନ୍ତଙ୍କ ପରଲୋକ ହୋଇଯାଇଛି । ଅସୁସ୍ଥତା କାରଣରୁ ଦୀର୍ଘ ଏକମାସ ଧରି ସେ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ରଷ୍ଟ୍ରୀୟ ରାଇଫଲ୍ସର ଡିଜି ଭାବେ ସେ ଅବସର ଗ୍ରହଣ କରିଥିଲେ ।
ଶ୍ରୀ ଧଳସାମନ୍ତ ୨୦୦୭ରୁ ୨୦୧୦ ଯାଏଁ ଏହି ଦାୟିତ୍ୱରେ ରହିିଥିଲେ । ୧୯୭୧ ମସିହାରେ ସେ ବାଲାଂଦେଶ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ । ପରେ ସେ ଅପରେସନ ବ୍ଲୁ ଷ୍ଟାର ଓ ପଂଜାବରେ ଆତଙ୍କବାଦ ବିରୋଧ ଲଢେଇଲରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ଚର୍ଚ୍ଚାରେ ଅଂଶଗ୍ରହଣ କରି ସେ ବେଶ ନାଁ କମାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/Screen-Shot-2020-04-13-at-11.09.15-AM.png)
/kanak/media/post_attachments/wp-content/uploads/2020/04/Screen-Shot-2020-04-13-at-11.09.34-AM.png)