ଜେ କେ ମେଡିକାଲରେ ଶିଶୁ ମଡକ ! ହସ୍ପିଟାଲ ଯାଇ ସମୀକ୍ଷା କଲେ ଲୋକସଭା ବାଚସ୍ପତି, ୧୫ ଦିନ ମଧ୍ୟରେ ଡାକ୍ତରୀ ଉପକରଣ ଯୋଗାଇବାକୁ ଦେଲେ ପ୍ରତିଶୃତି

Advertisment
ଜେ କେ ମେଡିକାଲରେ ଶିଶୁ ମଡକ ! ହସ୍ପିଟାଲ ଯାଇ ସମୀକ୍ଷା କଲେ ଲୋକସଭା ବାଚସ୍ପତି, ୧୫ ଦିନ ମଧ୍ୟରେ ଡାକ୍ତରୀ ଉପକରଣ ଯୋଗାଇବାକୁ ଦେଲେ ପ୍ରତିଶୃତି

କନକ ବ୍ୟୁରୋ :   ରାଜସ୍ଥାନର କୋଟାଠାରେ ଥିବା ଜେ କେ ଲୋନ୍ ହସ୍ପିଟାଲରେ ଶିଶୁ ମଡ଼କ କମିବାର ନାଁ ଧରୁନଥିବା ବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ରବିବାର ହସ୍ପିଟାଲ୍ ବୁଲି ସ୍ଥିତି ପରଖିଛନ୍ତି। ସେ ହସ୍ପିଟାଲ୍ ବୁଲି ଦେଖିବା ପରେ ହସ୍ପିଟାଲରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଡାକ୍ତରୀ ଉପକରଣର ଅଭାବ ରହିଛି ବୋଲି କହିଛନ୍ତି । ପୁରୁଣା ହୋଇଯାଇଥିବା ଉପକରଣଗୁଡ଼ିକ ଆଉ ଠିକ୍ ଭାବେ କାର୍ଯ୍ୟ କରୁନଥିବା ସେ ସୂଚନା ଦେଇଛନ୍ତି। ଖାଲି ସେତିକ ନୁହେଁ, ଆବଶ୍ୟକୀୟ ସାମଗ୍ରୀର ଏକ ଲିଖିତ ତାଲିକା ପ୍ରଦାନ କରିବାକୁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିବା ସହ ୧୫ ଦିନ ମଧ୍ୟରେ ଡାକ୍ତରଖାନାରେ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କୋଟାଠାରେ ଥିବା ଜେ କେ ଲୋନ୍ ହସ୍ପିଟାଲରେ ଗତ ୨୪ ଦିନ ମଧ୍ୟରେ ୭୭ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ଅଭିଯୋଗ ଆସିଥିଲା।  ମାସର ପ୍ରଥମ ୨୪ ଦିନରେ ୭୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ୪୮ ଘଣ୍ଟା ମଧ୍ୟରେ ୧୦ ଜଣ ଶିଶୁଙ୍କ ଜୀବନ ଯାଇଥିବା ଅଭିଯୋଗ ହେବା ପରେ ତଦନ୍ତ ନିର୍ଦ୍ଦେଶ ହୋଇଥିଲା। ହସ୍ପିଟାଲରେ  ଅବହେଳା ଲାଗି ଶିଶୁମାନଙ୍କ ମୃତ୍ୟୁ ଘଟୁଛି ବୋଲି ଅଭିଯୋଗ ହୋଇଥିବା ବେଳେ ହସ୍ପିଟାଲ୍ କିନ୍ତୁ ଏହାକୁ ଅସ୍ବୀକାର କରି ଶିଶୁମାନଙ୍କର ଅବସ୍ଥା ଗୁରୁତର ଥିବା ହେତୁ ସେମାନଙ୍କୁ ବଞ୍ଚାଇ ହେଉ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe