କନକ ବ୍ୟୁରୋ : କେବଳ ଉଜ୍ଜଳା ହିତାଧିକାରୀ ପାଇବେ ଗ୍ୟାସ ସିଲିଣ୍ଡର ଉପରେ ସବସିଡି । ଅନ୍ୟମାନେ ବିନା ସବସିଡିରେ ବଜାରରୁ କିଣିବେ ଗ୍ୟାସ । କେନ୍ଦ୍ର ତୈଳ ସଚିବ ଏହି ସୂଚନା ଦେଇଛନ୍ତି । ଦେଶରେ ୯ କୋଟିରୁ ଅଧିକ ଉଜ୍ଜଳା ହିତାଧିକାରୀ ରହିଛନ୍ତି । ଏମାନେ ଏବେ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ପାଇବେ । ଏହି ସବସିଡି ଦେବା ପାଇଁ କେନ୍ଦ୍ର ସରକାର ବଜେଟରେ ୬ ହଜାର ୧୦୦ କୋଟି ବ୍ୟବସ୍ଥା ରଖିଛନ୍ତି ।
ବଜାରରେ ଏବେ ୧୪ କିଲୋ ୨୦୦ ଗ୍ରାମର ରୋଷେଇ ଗ୍ୟାସ ପାଇଁ ହଜାରେ ଟଙ୍କା ଦେବାକୁ ପଡୁଛି । କିନ୍ତୁ ଉଜ୍ଜଳା ହିତାଧିକାରୀ ଏହି ଗ୍ୟାସ ସିଲିଣ୍ଡରକୁ ୮୦୦ ଟଙ୍କାରେ କିଣିବେ । ଉଜ୍ଜଳା ହିତାଧିକାରୀ ବ୍ୟତୀତ ଅନ୍ୟମାନେ ମଧ୍ୟ ରୋଷେଇ ଗ୍ୟାସରେ ରିହାତି ପାଉଥିଲେ । କିନ୍ତୁ କୋଭିଡ ମହାମାରୀ ପରେ ଅର୍ଥାତ୍ ଜୁନ୍ ୨୦୨୦ରୁ ଆଉ ରିହାତି ଆସୁନଥିବା ସୂଚନା ରହିଛି । ଏହାପରେ କେନ୍ଦ୍ର ସରକାରଙ୍କ ତୈଳ ସଚିବ ସବସିଡି ମିଳିବନି ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/Prabhatkhabar_2020-10_a9aefb48-66ad-4e01-88ea-843e7c80b1ab_lpg_cylinder_price_.webp)