ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ମାସରେ ସ୍ଥିର ରହିବ ରୋଷେଇ ଗ୍ୟାସ ସିଲିଣ୍ଡର ଦର, ସବସିଡ୍ ଗ୍ୟାସ ସିଲିଣ୍ଡର ଦର ନେଇ ଅନିଶ୍ଚିତତା ।

2,007

କନକ ବ୍ୟୁରୋ : ସେପ୍ଟେମ୍ବର ୩୦ରେ ସରିଲା ମାଗଣା ଗ୍ୟାସ କନେକସନର ସୁବିଧା । ଏବେ ଅକ୍ଟୋବର ମାସ ପାଇଁ ଏଲପିଜି ବିତରଣ କମ୍ପାନୀ ମାନେ ଗ୍ୟାସ୍ ସିଲିଣ୍ଡରର ଦର ନିର୍ଦ୍ଧାରଣ କରିଛନ୍ତି । ଯାହା ମଧ୍ୟରେ ରହିଛି ସବସିଡ୍ ଓ ଅଣ- ସବସିଡର ଗ୍ୟାସ ସିଲିଣ୍ଡର ଦର ।

ଗ୍ୟାସ ସିଲିଣ୍ଡରର ଦର ନିର୍ଦ୍ଧାରଣ କରିଛନ୍ତି ବିତରଣ କମ୍ପାନୀ (ଏଚପିସିଏଲ, ବିପିସିଏଲ ଓ ଆଇଓସି) । ଅଗଷ୍ଟ ଓ ସେପ୍ଟେମ୍ବର ପରେ ଅଣ-ସବସିଡ୍ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇ ନାହିଁ । ଯାହାକୁ ନେଇ ସାଧାରଣ ଖାଉଟି ଆଶ୍ୱସ୍ତ ହୋଇଛନ୍ତି । ଦିଲ୍ଲୀ ସମେତ ଅନ୍ୟ ସମସ୍ତ ରାଜ୍ୟରେ ଅଣ-ସବସିଡ୍ ରୋଷେଇ ଗ୍ୟାସର ମୂଲ୍ୟ ସ୍ଥିର ରହିଛି । ହେଲେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୨ ଟଙ୍କା ଯାଏ ବୃଦ୍ଧି କରାଯାଇଛି ।

ସୂଚନା ଥାଉକି ଜୁଲାଇ ମାସରେ ୧୪ କିଲୋଗ୍ରାମ ବିଶିଷ୍ଟ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଥିଲା । ସେହି ସମୟରେ ଦିଲ୍ଲୀରେ ୧୪ କିଲୋଗ୍ରାମ ବିଶିଷ୍ଟ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିଲା । ହେଲେ ମେ ମାସରେ ଏଠାରେ ୧୪ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୬୨ ଟଙ୍କା ୫୦ ପଇସା ଶସ୍ତା ହୋଇଥିଲା ।

ଦେଶର ସବୁଠାରୁ ବଡ ତୈଳ ଓ ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ୱେବସାଇଟରେ ଉଲ୍ଲେଖ କରିଛି କି ସେପ୍ଟେମ୍ବର ମାସରେ ଥିବା ଗ୍ୟାସ ସିଲିଣ୍ଡରର ମୂଲ୍ୟ ଯାହା ଥିଲା ତାହା ଅକ୍ଟୋବର ମାସରେ ବି ସ୍ଥିର ରହିବ ।