କନକ ବ୍ୟୁରୋ : ରୋଷେଇ ଘର ଉପରେ ମହଙ୍ଗା ମାଡ଼ । ଗୋଟେ ପଟେ ଲଗାତର ତୈଳ ଦର ବୃଦ୍ଧି ପାଉଥିବା ବେଳେ ଗ୍ୟାସ ଦର ମଧ୍ୟ ବଢିଛି । ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଛି । ୧୪ ଦଶମିକ ୨ କେଜି ଗ୍ୟାସ ସିଲିଣ୍ଡର ପିଛା ଏବେ ଓଡିଶାରେ ଖାଉଟିଙ୍କୁ ଦେବାକୁ ପଡିବ ୭୯୬ ଟଙ୍କା । ଏବେ ଦିଲ୍ଲୀରେ ଦର ବଢିବା ପରେ ସିଲିଣ୍ଡର ଦାମ ରହିଛି ୭୬୯ ଟଙ୍କା । ପୁର୍ବରୁ ଦିଲ୍ଲୀରେ ଗୋଟିଏ ସିଲିଣ୍ଡରର ଦାମ ୬୯୪ଟଙ୍କାରୁ ବୃଦ୍ଧି କରାଯାଇ ୭୧୯ ଟଙ୍କା କରାଯାଇଥିଲା । ଓଡିଶାରେ ଏଲପିଜି ସିଲିଣ୍ଡର ଦାମ ୭୪୫ ଟଙ୍କା ୫୦ ପଇସା ଥିବା ବେଳେ ଏବେ ୭୯୬ ଟଙ୍କାରେ ପହଚିଂଛି ।
ଚିନ୍ତା ବଢାଇଲା ଦରଦାମ ବୃଦ୍ଧି : ତୈଳ ଦର ବୃଦ୍ଧି ପରେ ମହଙ୍ଗା ହେଲା ଏଲପିଜି ଗ୍ୟାସ
/kanak/media/post_attachments/wp-content/uploads/2021/02/20-5.jpg)