ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଜାଣନ୍ତୁ କେଉଁଠି କେତେ ଦର?

1,278

କନକ ବ୍ୟୁରୋ: ଡିସେମ୍ବର ମାସ ଆରମ୍ଭରୁ ବଢିଲା ଏଲପିଜି ଦର । ମାସର ଆରମ୍ଭରୁ ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ ।

ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଏହାର ଦର ରହିଛି ୧୭୯୬ ଟଙ୍କା ୫୦ ପଇସା ରହିଥିବାବେଳେ କୋଲକାତାରେ ଏହା ରହିଛି ୧୯୦୮ଟଙ୍କା । ମୁମ୍ବାଇରେ ଏହାର ଦର ଟଙ୍କା ୧୭୪୯ରେ ପହଞ୍ଚିଥିବାବେଳେ ଚେନ୍ନାଇରେ ରହିଛି ଟଙ୍କା ୧୯୬୮.୫୦ ।