ପାର୍ବଣ ଋତୁରେ ମହଙ୍ଗା ମାଡ଼ : ବଢିଲା କମର୍ସିଆଲ ଗ୍ୟାସ୍ ଦର

179

କନକ ବ୍ୟୁରୋ : ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । ବଢିଲା କମର୍ସିଆଲ ଗ୍ୟାସ୍ । ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେବ । ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ଦର ୧୭୩୧ ଟଙ୍କା ୫୦ ପଇସା ହୋଇଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ୍ ଦର ୧୫୭ ଟଙ୍କା ହ୍ରାସ ପାଇଥିଲା ।

ଅକ୍ଟୋବର ମାସ ଆରମ୍ଭରୁ ଅନେକ ସରକାରୀ ଓ ଅନ୍ୟାନ୍ୟ ନିୟମ ବଦଳିବ । ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ।

– ଶିକ୍ଷାନୁଷ୍ଠାନରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ପାଇଁ ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ
– ବିଦେଶୀ ଭ୍ରମଣ ପ୍ୟାକେଜ୍ ଓ ଲିବରାଇଜ୍ଡ୍ ରିମିଟାନ୍ସ ସ୍କିମରେ ୭ ଲକ୍ଷରୁ ଅଧିକ ଖର୍ଚ୍ଚ କଲେ ୨୦ ପ୍ରତିଶତ ହାରରେ ଟିସିଏସ୍ ଆଦାୟ ହେବ
– ପୂର୍ବରୁ ୭ ଲକ୍ଷ ଟଙ୍କାରୁ ଅଧିକ ଏଲ୍ଆରଏସରେ ୫ ପ୍ରତିଶତ ଟିସିଏସ୍ ଆଦାୟ ହେଉଥିଲା
– ଡେବିଟ୍ ଓ କ୍ରେଡିଟ୍ କାର୍ଡଧାରୀମାନେ ନିଜସ୍ୱ ନେଟୱର୍କ ସୁଯୋଗ ପାଇବେ
– ଟିସିଏସ୍ ଏହାର କିଛି କର୍ମଚାରୀଙ୍କୁ ସପ୍ତାହକୁ ୫ ଦିନ ଅଫିସ କାମ କରିବାକୁ ନିର୍ଦ୍ଦେଶ ଦେଇଛି
– ଭୋଟର ଲିଷ୍ଟ, ଆଧାର ନମ୍ବର, ଡ୍ରାଇଭିଂ ଲାଇସେନ୍ସ ଆଦି ପାଇଁ ଏକକ ପ୍ରମାଣପତ୍ର ଭାବେ ଗ୍ରହଣ ହେବ ଜନ୍ମପ୍ରମାଣପତ୍ର