ଶସ୍ତା ହେଲା ଏଲପିଜି ସିଲିଣ୍ଡର: ଜାଣନ୍ତୁ ସିଲିଣ୍ଡର ପିଛା ଏଣିକି ଦେବାକୁ ପଡିବ କେତେ ଟଙ୍କା

ସରକାରଙ୍କ ସହାୟତାରେ ଦଶମ ପାସ ମଧ୍ୟ ନେଇପାରିବେ ଗ୍ୟାସ ସିଲିଣ୍ଡର ଏଜେନ୍ସି : ଜାଣନ୍ତୁ ଆବେଦନ କରିବାର ନିୟମ ଓ ସର୍ତ୍ତ

source : ZeeNews

କନକ ବ୍ୟୁରୋ: ଅଣସବସିିଡି ଗ୍ରାହକମାନେ ଆଜିଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦ଟଙ୍କା ୫୦ପଇସା ହ୍ରାସ ପାଇବ । ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଏହା ଘୋଷଣା କରାଯାଇଛି । ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ ଏଣିକି ସିଲିଣ୍ଡର ପିଛା ୭୩୭ଟଙ୍କା ୫୦ପଇସା ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ । ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ ଅଏଲ କର୍ପରେସନ ଏହି ନିଷ୍ପତି ନେଇଛି । ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ ସିଲିଣ୍ଡରକୁ ୪୯୪ଟଙ୍କା ୩୫ ପଇସାରେ ପାଇବେ ।

publive-image

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପ୍ରେସ୍ ରିଲିଜରେ କହିଛି ଯେ ଆନ୍ତର୍ଜାତିକ ବଜାରରେ ଦର ହ୍ରାସ ଏବଂ ଡଲାର-ଟଙ୍କାର ସମୁଚ୍ଚିତ ବିନିମୟ ମୂଲ୍ୟ ଯୋଗୁଁ ଏଲପିଜି ଦର କମାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଏକ ବିବୃତିରେ କହିଛି: ଜୁଲାଇ ୧ ତାରିଖ ଠାରୁ ଦିଲ୍ଲୀରେ ଅଣ-ରିହାତି ଏଲପିଜି ସିଲିଣ୍ଡର୍ ଟ. ୧୦୦. ୫୦ ମିଳିବ। ସଂଶୋଧିତ ମୂଲ୍ୟ ହିସାବରେ ଜୁଲାଇ ମାସରେ ରିହାତି ଏଲପିଜି ସିଲିଣ୍ଡରର ମୂଲ୍ୟ ରହିବ ଟ. ୪୯୪. ୩୫। ସିଲିଣ୍ଡର୍ ପିଛା ବାକି ଟ. ୧୪୨. ୬୫ କେନ୍ଦ୍ର ସରକାର ବହନ କରିବେ ଏବଂ ତାହା ଗ୍ରାହକଙ୍କ ବ୍ୟାଙ୍କ୍ ଖାତାରେ ଜମା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe