ଆଜିଠାରୁ ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ ଦର । ଜାଣନ୍ତୁ ଆପଣଙ୍କ ସହରରେ କ’ଣ ରହିଛି ଗ୍ୟାସ୍ ସିଲିଣ୍ଡର ଦାମ୍

309

କନକ ବ୍ୟୁରୋ : ଦେଶସାରା ଏବେ ସମସ୍ତ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ପୁଣି ତୈଳ କମ୍ପାନୀ ମାନେ ରୋଷେଇ ଗ୍ୟାସର ଦର ବୃଦ୍ଧି କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଆଜି ଠାରୁ ପ୍ରତି ୧୪.୨ ଲିଟର ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ୫୦ ଟଙ୍କା ଦର ବୃଦ୍ଧି କରାଯାଇଛି । ଏହି ମହଙ୍ଗାଦର ଆଜିଠାରୁ ଲାଗୁହେବ । ଏହି ଦର ଲାଗୁହେବା ପରେ ରାଜଧାନୀ ଦିଲ୍ଲୀରେ ପ୍ରତି ସିଲିଣ୍ଡରର ମୂଲ୍ୟ ୬୪୪ ଟଙ୍କାକୁ ବୃଦ୍ଧି ପାଇଛି । ଏହାସହ ୧୯ ଲିଟର ଯୁକ୍ତ ସିଲିଣ୍ଡର ଉପରେ ୫୫ ଟଙ୍କା ବୃଦ୍ଧି କରାଯାଇଛି ।
କହିରଖୁ କି ଏହାପୂର୍ବରୁ ଜୁଲାଇ ମାସରେ ଏହି ରୋଷେଇ ଗ୍ୟାସର ଦରବୃଦ୍ଧି ହୋଇଥିଲା । ଜୁଲାଇ ମାସରେ ପ୍ରତି ୧୪.୨ ଲିଟର ସିଲିଣ୍ଡର ଉପରେ ମାତ୍ର ୪ ଟଙ୍କା ବୃଦ୍ଧି କରିଥିଲେ ତୈଳ କମ୍ପାନୀ ମାନେ । ଏହାପୂର୍ବରୁ ବି ଜୁନ ମାସରେ ଅଣସବସିଡି ସିଲିଣ୍ଡର ଉପରେ ୧୧.୫୦ ପଇସା ଦର ବୃଦ୍ଧି ହୋଇଥିଲା । ମାତ୍ର ମେ ମାସରେ ଏହି ରୋଷେଇ ଗ୍ୟାସର ମୂଲ୍ୟ ୧୬୨.୫୦ ଟଙ୍କା ଶସ୍ତା ହୋଇଥିଲା ।  ଡିସେମ୍ବର ମାସରେ ବି ପୁଣି ୧୯ କିଲୋଗ୍ରାମର କମର୍ସିଆଲ ଗ୍ୟାସ ସିଲିଣ୍ଡର ଉପରେ ଦାମ୍ ବଢିଛି । ଏହା ର ୫୫ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଚେନ୍ନାଇରେ ସବୁଠାରୁ ଅଧିକ ୫୬ ଟଙ୍କା ବୃଦ୍ଧି ହୋଇଛି । ଏବେ ଏହି କମର୍ସିଆଲ ୧୯ ଲିଟର ସିଲିଣ୍ଡରର ଦାମ ୧୪୧୦ ଟଙ୍କା ହୋଇଛି । ଏହାସହ ଦିଲ୍ଲୀରେ ଏହି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୫ ଟଙ୍କା ବୃଦ୍ଧି ପାଇ ୧୨୯୬ ଟଙ୍କାରେ ପହଂଚିଛି । କୋଲକତା ଓ ମୁମ୍ବାଇରେ ଏହାର ମୂଲ୍ୟ କ୍ରମାନ୍ୱୟରେ ୧୩୫୧ ଓ ୧୨୪୪ ଟଙ୍କା ରିହିଛି ।
କରୋନା ମହାମାରୀ ସମୟରେ ଦେଶର ଲୋକମାନଙ୍କର ରୋଜଗାର ଭିଷଣ ଭାବେ ବାଧାପ୍ରାପ୍ତ ହୋଇଛି । ଫଳରେ ଲୋକମାନଙ୍କର କ୍ରୟ କ୍ଷମତା କମିଥିବା ବେଳେ ସମସ୍ତ ସାମଗ୍ରୀର ଦର ଆଶାତିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଦେଶର ୭୫ ପ୍ରତିଶତ ଲୋକ ରୋଷେଇ ପାଇଁ ବ୍ୟବହାର କରୁଥିବା ଇନ୍ଧନ ଗ୍ୟାସର ଦରବୃଦ୍ଧି ସିଦ୍ଧା ଗୃହିଣୀଙ୍କ ହାଣ୍ଡିଶାଳରେ ମହଙ୍ଗା ମାଡ ହେବ ବୋଲି କୁହାଯାଉଛି ।