ଗ୍ୟାସର ଦରକୁ ନେଇ ଜନସାଧାରଣରେ ସର୍ବଦା ଅସନ୍ତୋଷ ପ୍ରକାଶ ପାଇଥାଏ । ତେବେ ଗ୍ରାହକମାନଙ୍କୁ କମ୍ପାନୀ ଟିକିଏ ଆଶ୍ୱସ୍ତି ଦେଇଛି । ତେଲ ଏବଂ ଗ୍ୟାସ କମ୍ପାନୀ ଗୁଡିକ ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ଗ୍ରାହକ ମାନଙ୍କୁ ଟିକେ ଆଶ୍ୱସ୍ତି ଦେଇଛନ୍ତି । କମ୍ପୀନୀ ପକ୍ଷରୁ ମେ ମାସ ପାଇଁ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଆଶ୍ୱସ୍ତି ରୂପରେ କମ୍ପାନୀ ମାତ୍ର ୧ଟଙ୍କା ଛାଡ କରିଛି ।
୧୪.୨ କିଲୋଗ୍ରାମର ରୋଷେଇ ଗ୍ୟାସ ସିଲିଣ୍ଡର ଚଳିତ ମାସଠାରୁ ୭୩୪ ଟଙ୍କାରେ ମିଳିବ । ଏପ୍ରିଲ ମାସରେ ଏହି ଗ୍ୟାସର ମୂଲ୍ୟ ୭୩୫ ଟଙ୍କା ରହିଥିଲା । ସେହିପରି ୧୯ କିଲୋଗ୍ରାମର କମର୍ସିଆଲ ଗ୍ୟାସ ସିଲିଣ୍ଡର ୧୩୧୦.୫୦ ଟଙ୍କାରେ ମିଳିବ ।
ତେବେ ଏହା ପୂର୍ବରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୩୨୭.୦୦ ଟଙ୍କା ଥିଲା । ଏଥିରେ ୮.୫୦ ଟଙ୍କାର ରିହାତି ମିଳିଛି । ତେବେ ମେ ମାସରେ ପ୍ରତି ସିଲିଣ୍ଡର ପିଛା ୨୪୦.୭୨ ଟଙ୍କାର ସବସିଡି ମିଳିବ । ତେବେ ଗତ ଏପ୍ରିଲ ମାସରେ ଏହି ସବସିଡି ଦର ୨୪୧.୬୭ ଟଙ୍କା ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/lpg1-621x414.jpg)
/kanak/media/post_attachments/wp-content/uploads/2018/05/lpgth-300x158.png)