କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ବଢୁଥିବା ଦାମ ମଧ୍ୟରେ ପୁଣି ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି । ସୂଚନା ମୁତାବକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇଛି । ୧୯ କେଜି ସିଲିଣ୍ଡର ଉପରେ ୭୩.୫୦ ଟଙ୍କା ବୃଦ୍ଧି କରାଯାଇଛି । ଏପଟେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ସ୍ଥିର ରହିଛି । ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ଫଳରେ ପୁଣି ଖାଦ୍ୟ ସାମଗ୍ରୀର ଦାମ ବଢିବ ବୋଲି ଅନୁମାନ କରାଯାଇଛି ।
କହିରଖୁ କି ୧୦/୧୨ ଦିନ ମଧ୍ୟରେ ତୈଳଦର ବୃଦ୍ଧି ହୋଇ ନଥିବା ବେଳେ ସରକାରୀ ତୈଳ କମ୍ପାନୀମାନେ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରି ପୁଣି ଖାଉଟିଙ୍କ ଉପରେ ମହଙ୍ଗାମାଡ କରିଛନ୍ତି । ଏହି ଗ୍ୟାସ ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ ୧୫୫୦ ଟଙ୍କାରୁ ବୃଦ୍ଧି ପାଇ ୧୬୨୩ ଟଙ୍କାରେ ପହଂଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/954993-gas-cylinder.jpg)