କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ଘରକୁ ଆସିବ କ୍ୟୁଆର୍ କୋଡ୍ ଏଲପିଜି ସିଲିଣ୍ଡର। ଉପଭୋକ୍ତାଙ୍କୁ ମିଳିବ ଅନେକ ଫାଇଦା…

348

କନକ ବ୍ୟୁରୋ: ଆପଣମାନେ ଯଦି ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଅନେକ ଥର ଆପଣ ଏଭଳି ସ୍ଥିତିର ସାମ୍ନା କରୁଥିବେ ଯେତେବେଳେ ଆପଣଙ୍କ ଘରେ ପହଞ୍ଚିଥିବା ଗ୍ୟାସ ସିଲିଣ୍ଡରରେ ଗ୍ୟାସ କମ ଥାଏ । ତେବେ ବର୍ତ୍ତମାନ ଆଉ ଗ୍ୟାସ ଚୋରୀ ହୋଇପାରିବ ନାହିଁ । ସରକାର ଏଥିପାଇଁ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଆପଣଙ୍କ ଘରକୁ କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡର ଆସିବ । ଏହା ହେବା ଦ୍ୱାରା ଗ୍ୟାସ ଚୋରୀ କରୁଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ ।

ସରକାରଙ୍କ ପକ୍ଷରୁ ହେଉଥିବା ଏହି ନୂଆ ବ୍ୟବସ୍ଥାରେ ଏଲପିଜି ସିଲିଣ୍ଡରରୁ ଗ୍ୟାସ ଚୋରୀ କରୁଥିବା ବ୍ୟକ୍ତିକୁ ଡର ଲାଗିବ । ଚୋରୀ କରିବା ପୂର୍ବରେ ସେ ଥରେ ଭଲ କରି ଚିନ୍ତା କରିବ । ଏହାର ସବୁଠାରୁ ବଡ ଫାଇଦା ସାଧାରଣ ଲୋକକୁ ହେବ । କାରଣ ଗ୍ୟାସ ଚୋରୀ ଉପରେ ଲଗାମ ଲାଗିବା ପରେ ପୂରା ଗ୍ୟାସ ବାବଦରେ ଆପଣ ପଇସା ଦେବେ । ବର୍ତ୍ତମାନ ଯଦି କୌଣସି ଡେଲିଭରୀ ବଏ ଆପଣଙ୍କ ଘରେ ଗ୍ୟାସ ପହଞ୍ଚାଇବା ପୂର୍ବରୁ ଗ୍ୟାସ ବାହାର କରିଥାଏ ତେବେ ଆପଣ ଜାଣିବା ପରେ ତାର ଚୋରୀକୁ ଧରିପାରିବେ । ପୂର୍ବରୁ ଏହା ଅସମ୍ଭବ ଥିଲା । ଯେତେବେଳେ ସିଲିଣ୍ଡରରେ କ୍ୟୁଆର କୋର୍ଡ ଲାଗିବ ସେତେବେଳେ ଗ୍ୟାସର ଚୋରୀ ରୋକାଯାଇପାରିବ ।

କ୍ୟୁଆର କୋର୍ଡ ଥିବା ସିଲିଣ୍ଡରରୁ ଜଣାପଡିବ ଯେ କେତେଥର ଗ୍ୟାସ ରିଫିଲିଂ ହୋଇଛି । ଏହା ଛଡା ଏହି ତଥ୍ୟ ମଧ୍ୟ ରହିବ ଯେ କେଉଁ ଡିଲର ପାଖରୁ ଏହା କେଉଁଭଳି ଲୋକଙ୍କ ପାଖରେ ପହଞ୍ଚିଛି । ସିଲିଣ୍ଡରରେ ଗ୍ୟାସ କମ ରହିଥିବାର ବାରମ୍ବାର ଅଭିଯୋଗ ପରେ ଚୋରଙ୍କ ଉପରେ ପଦକ୍ଷେପ ନେବାକୁ ଏହିଭଳି କରାଯାଇଛି । ରିପୋର୍ଟ ଅନୁସାରେ ସମସ୍ତ ଗ୍ୟାସ ସିଲିଣ୍ଡରରେ ଏହି ବ୍ୟବସ୍ଥା ଆଣିବା ପାଇଁ କିଛି ମାସର ସମୟ ଲାଗିବ ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ସରକାର ସବୁ ଏଲପିଜି ଗ୍ୟାସ ସିଲିଣ୍ଡରରେ କ୍ୟୁଆର କୋର୍ଡ ଲଗାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ଦ୍ୱାରା ଗ୍ୟାସ ସିଲିଣ୍ଡରକୁ ଟ୍ରାକ କରିବା ସହଜ ହୋଇଯିବ । ଚୋରୀକରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସହଜରେ ଧରାଯାଇପାରିବ ।

୨୦୨୩ ଫେବ୍ରୁଆରୀ ମାସରୁ ଆପଣଙ୍କ ଘରକୁ ନୂଆ କ୍ୟୁଆର କୋର୍ଟ ଥିବା ଗ୍ୟାସ ସିଲିଣ୍ଡର ଆସିବ । ଏହା ଗ୍ୟାସରେ ସମ୍ପୂର୍ଣ୍ଣ ଭର୍ତ୍ତି ଥିବ ଯେଉଁଥି ପାଇଁ ଆପଣ ଟଙ୍କା ଦେଉଛନ୍ତି । ଯଦି ଆପଣଙ୍କୁ ଲାଗୁଛି ଗ୍ୟାସ କମ ଅଛି ଏହି କ୍ୟୁଆର କୋର୍ଡ ଜରିଆରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇପାରିବ ।