ପେଟିଏମରେ ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର । ୯୦୦ ଟଙ୍କା କ୍ୟାସବ୍ୟାକ୍ ସହ ମିଳିବ ଅନେକ ଫାଇଦା ! ଜାଣନ୍ତୁ କେମିତି କରିବେ ବୁକିଂ ।

360

କନକ ବ୍ୟୁରୋ : ପେଟିଏମରେ ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର । ୯୦୦ ଟଙ୍କା କ୍ୟାସବ୍ୟାକ୍ ସହ ମିଳିବ ଅନେକ ଫାଇଦା ! ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ଅନଲାଇନରେ ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି, ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ଦିନକୁ ଦିନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଉଥିବା ବେଳେ ଏକ ଆଶ୍ୱସ୍ତିକର ଖବର ଆଣିଦେଇଛି ପେଟିଏମ୍ । ପେଟିଏମ୍ ଏମିତି ଅନେକ ଆକର୍ଷଣୀୟ ସୁବିଧା ଆଣିଛି, ଯାହା ଆପଣଙ୍କର ସିଲିଣ୍ଡର ବୁକିଂ ଅଭିଜ୍ଞତାକୁ ଅଧିକ ଆରାମଦାୟକ କରିବ । ବର୍ତମାନ ପେଟିଏମ୍ ବ୍ୟବହାରକାରୀମାନେ ଆଇଭିଆର୍, ମିସ୍ କଲ୍, କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ସିଲିଣ୍ଡର ବୁକ୍ କରିପାରିବେ ଏବଂ ପେଟିଏମ୍ ମାଧ୍ୟମରେ ପେମେଂଟ କରିପାରିବେ ।

ଯଦି ଆପଣ ଏକ ସମୟରେ ତିନୋଟି ସିଲିଣ୍ଡର ବୁକ୍ କରୁଛନ୍ତି, ତେବେ ଆପଣ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ । କିନ୍ତୁ ଗୋଟିଏ ସର୍ତ ରହିବ । ଏହି କ୍ୟାସବ୍ୟାକ୍ ସେହି ଲୋକଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ପ୍ରଥମ ଥର ପାଇଁ ପେଟିଏମରୁ ଗ୍ୟାସ ସିଲିଣ୍ଡର ବୁକ୍ କରିବେ । ଏହା ସହ ଆପଣଙ୍କୁ ପେଟିଏମ୍ ଫାଷ୍ଟ ପଏଂଟ ମଧ୍ୟ ମିଳିବ, ଯାହା ୱାଲେଟ୍ ବାଲାନ୍ସ ଭାବରେ ଉପଲବ୍ଧ ହୋଇପାରିବ । ଏବେ ଆସନ୍ତୁ ଜାଣିବା ପେଟିଏମରେ କେମିତି କରିବେ ଗ୍ୟାସ ବୁକିଂ ।

ପେଟିଏମରୁ ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ଅତ୍ୟନ୍ତ ସହଜରେ ହୋଇପାରିବ । ଏହି ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ ପେଟିଏମ୍ ଏକ ନୂତନ ବ୍ୟବସ୍ଥା କରିଛି ।

ସିଲିଣ୍ଡର ବୁକ୍ କରିବା ପାଇଁ ଉପଭୋକ୍ତାଙ୍କୁ କେବଳ ପେଟିଏମର ବୁକ୍ ଗ୍ୟାସ୍ ସିଲିଣ୍ଡର ଟ୍ୟାବକୁ ଯିବାକୁ ପଡିବ । ଏହି ଟ୍ୟାବକୁ ଯାଆନ୍ତୁ ଏବଂ ଗ୍ୟାସ କମ୍ପାନୀ ଚୟନ କରନ୍ତୁ ।

ଆପଣଙ୍କର ମୋବାଇଲ୍ ନମ୍ବର, ଏଲପିଜି ଆଇଡି ଦିଅନ୍ତୁ ଏବଂ କଷ୍ଟମର ନମ୍ବର ଏଂଟର କରନ୍ତୁ । ଏହା ପରେ ଆପଣ ପେମେଂଟ କରିପାରିବେ । ଇଣ୍ଡେନ୍, ଏଚପି ଏବଂ ଭାରତ ଗ୍ୟାସ ଭଳି ପ୍ରମୁଖ ଗ୍ୟାସ କମ୍ପାନୀର ଗ୍ରାହକମାନେ ପେଟିଏମର ଏହି ନୂତନ ସୁବିଧାର ଲାଭ ପାଇପାରିବେ ।

ଏହା ବ୍ୟତୀତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଣିକି ଗ୍ରାହକମାନେ ପେଟିଏମ୍ ମାଧ୍ୟମରେ ସିଲିଣ୍ଡରର ଡେଲିଭରୀକୁ ଟ୍ରାକ୍ କରିପାରିବେ । ଅର୍ଥାତ ବୁକିଂ ପରେ ଆପଣଙ୍କ ପାଖକୁ ଗ୍ୟାସ ସିଲିଣ୍ଡର କେବେ ଆସିବ, କେଉଁଠୁ ଆସିବ, ସେନେଇ ଆପଣ ସହଜରେ ଟ୍ରାକ୍ କରିପାରିବେ ।