କନକ ବ୍ୟୁରୋ: ମଙ୍ଗଳବାର ବିଳମ୍ବିତ ରାତିରେ ରାଜଧାନୀ ଲକ୍ଷ୍ନୌର କାକୋରି ଅଞ୍ଚଳରେ ଥିବା କଂସାବାସନ କାରିଗରଙ୍କ ଘରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳିକା ମଧ୍ୟ ଅଛନ୍ତି।

ବିସ୍ଫୋରଣରେ କାରିଗର ମୁଶିର ଅଲ୍ଲୀ, ତାଙ୍କ ପତ୍ନୀ ହୁସ୍ନା ବାନୋ, ନାବାଳକ ଝିଆରୀ ହୁମା, ହିବା ଓ ଝିଆରୀ ରାଇୟାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁଶିରଙ୍କ ଦୁଇ ଝିଅ, ଜଣେ ଝିଆରୀ ଓ ଭିଣୋଇ ଅଜମତ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୀଷଣ ଥିଲାଯେ ପୂରା ଘର ଭୁଶୁଡ଼ି ନିଆଁ ଲାଗିଯାଇଥିଲା। ମୃତ ମୁଶିରଙ୍କ ପାଖରେ ବାଣ ବ୍ୟବସାୟ ପାଇଁ ଲାଇସେନ୍ସ ମଧ୍ୟ ଥିଲା । କିଛି ଲୋକ କହନ୍ତି ଯେ କିଛି ବଳକା ଦୀପାବଳି ବାଣ ମଧ୍ୟ ମୁଶିରଙ୍କ କୋଠରୀରେ ରଖାଯାଇଥିଲା।

ତେବେ ଘରର ଅନ୍ୟ ସଦସ୍ୟଙ୍କ କହିବା ଅନୁଯାୟୀ, ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା, ପରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ମଙ୍ଗଳବାର ମୃତ ମୁଶିରଙ୍କ ବିବାହ ବାର୍ଷିକୀ ଥିଲା ବୋଲି ମଧ୍ୟ ସୂଚନା ମିଳିଛି। ଯେଉଁଥିରେ ଭିଣୋଇଙ୍କ ପରିବାର ମଧ୍ୟ ସାମିଲ ହେବାକୁ ଆସିଥିଲେ। ଦୁର୍ଘଟଣା ଖବର ପାଇ ପୁଲିସ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରିଥିଲା। ଯେଉଁଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।