ପାର୍ବଣରେ ମହଙ୍ଗା ମାଡ ! ହଜାରେ ଛୁଇଁବ ଏଲପିଜି ସିଲିଣ୍ଡର, ଖୁବ ଶୀଘ୍ର ଲାଗୁ ହେବ ନିୟମ

534

କନକ ବ୍ୟୁରୋ : ଆରମ୍ଭ ହୋଇଛି ପାର୍ବଣ ଋତୁ । ବର୍ଦ୍ଧିତ ମୁଦ୍ରାସ୍ପୀତି ଯୋଗୁଁ ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ଢେର ଉପରେ ରହିଥିବାବେଳେ ଆଗକୁ ଖାଉଟିଙ୍କୁ ଅଧିକ କଷ୍ଟ ଉଠାଇବାକୁ ପଡିବ । କାରଣ ଏହି ପାର୍ବଣରେ ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ ହେବାକୁ ଯାଉଛି । ଏହି ମହଙ୍ଗା ମାଡ ଖାଉଟିଙ୍କ ଉପରେ ଏଲପିଜି ସିଲିଣ୍ଡର ଆଧାରରେ ହେବ । ଖୁବଶୀଘ୍ର ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ହଜାରେ ଟଙ୍କା ଛୁଇଁବ । ଆସନ୍ତା ମାସ ପହିଲାରୁ ସରକାର ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିବେ । ଦେଶର ଅଧିକାଂଶ ସହରରେ ୯୦୦ ଟଙ୍କା ଉପରେ ରହିଥିବା ଏଲପିଜି ସିଲିଣ୍ଡର ପାଇଁ ଆପଣଙ୍କୁ ହଜାରେ ଟଙ୍କା ଦେବାକୁ ପଡିବ । ଏହା ଛଡା ଏଲପିଜି ସିଲିଣ୍ଡର ଉପରେ ଖାଉଟିଙ୍କୁପ ଦିଆଯାଉଥିବା ରିହାତି ବନ୍ଦ ହୋଇଯିବ । ଅପରପକ୍ଷେ ଏଲପିଜି ସିଲିଣ୍ଡର କ୍ଷେତ୍ରରେ କେନ୍ଦ୍ର ସରକାର ସହୁଥିବା ରିହାତି ବୋଝ ଇତି ମଧ୍ୟରେ ବର୍ଷକରେ ୬ଗୁଣ ହ୍ରାସ ପାଇଛି ।

ସବୁଠାରୁ ବଡ କଥା ହେଉଛି , ଚଳିତ ବର୍ଷ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୦ଟଙ୍କା ୫୦ ପଇସା ବୃଦ୍ଧି ଘଟିଛି । ଚଳିତବର୍ଷ ଜାନୁଆରୀ ପହିଲାରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କା ରହିଥିଲା । ବର୍ତ୍ତମାନ ସିଲିଣ୍ଡର ମୂଲ୍ୟ ୮୮୪ଟଙ୍କା ୫୦ ପଇସା ହୋଇଛି । ଅର୍ଥାତ୍ ଜାନୁଆରୀଠାରୁ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୯୦ଟଙ୍କା ୫୦ପଇସା ବୃଦ୍ଧି ପାଇଛି । ତେବେ ବିଗତ ସାଢେ ୭ବର୍ଷ ମଧ୍ୟରେ ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡର୧୪.୨କିଗ୍ରାର ମୂଲ୍ୟ ବଢି ଦୁଇଗୁଣ ହୋଇଛି । ୨୦୧୪ମାର୍ଚ୍ଚ ପହିଲାରେ ୧୪.୨କିଲୋଗ୍ରାମ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧୦ଟଙ୍କା ୫୦ପଇସା ରହିଥିଲା, ଯାହା ବର୍ତ୍ତମାନ ୮୮୪ଟଙ୍କା ୫୦ ପଇସା । ସୂଚନାନୁଯାୟୀ, ଦେଶରେ ୨୯କୋଟି ଲୋକଙ୍କର ଏଲପିଜି ସଂଯୋଗ ରହିଛି । ଏଥିରୁ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ପ୍ରାୟ ୮କୋଟି ଏଲପିଜି ସଂଯୋଗ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ଗ୍ରାହକଙ୍କୁ ୩,୫୫୯ କୋଟି ଟଙ୍କା ସବସିଡି ପ୍ରଦାନ କରିଥିଲେ । ପୂର୍ବ ଆର୍ଥିକ ବର୍ଷରେ ୨୦୧୯-୨୦୨୦ ଥିବାବେଳେ ଏହି ସଂଖ୍ୟା ୨୪,୪୬୮ କୋଟି ଟଙ୍କା ଥିଲା । ଏହିପରି ଭାବରେ ଗୋଟିଏ ବର୍ଷ ମଧ୍ୟରେ ସରକାର ସବସିଡି ପ୍ରାୟ ଗ୍ଦସଙ୍ଘ ଗୁଣ ହ୍ରାସ କରିଛନ୍ତି । ବର୍ତ୍ତମାନ, ଯଦି ଗ୍ରାହକଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା, ତେବେ ଆପଣ ସିଲିଣ୍ଡର ଉପରେ ସବସିଡିର ଲାଭ ପାଇବେ ନାହିଁ । ତେବେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରତି ମାସରେ ବଦଳିଥାଏ । ଏହାର ମୂଲ୍ୟ ହାରାହାରି ଆନ୍ତର୍ଜାତୀୟ ମାନଦଣ୍ଡ ଏବଂ  ବୈଦେଶିକ ମୁଦ୍ରା ମୂଲ୍ୟରେ ପରିବର୍ତ୍ତନ ପରି କାରକ ଦ୍ୱାରା ନିର୍ଣ୍ଣୟ କରାଯାଏ ।