ଟି-୨୦ରେ ନୂଆ ରେକର୍ଡ! ୧୪ ରନରେ ଅଲଆଉଟ ହେବା ସହ ସର୍ବନିମ୍ନ ସ୍କୋରର ରେକର୍ଡ କଲା ଚୀନ୍

174

ଟି-୨୦ ଅର୍ନ୍ତଜାତୀୟ କ୍ରିକେଟରେ ସର୍ବନିମ୍ନ ସ୍କୋର କରିବାର ରେକର୍ଡ କରିଛି ଚୀନ୍ । ମାତ୍ର ୧୪ ରନରେ ଅଲଆଉଟ ହେବା ସହ ଏକ ବିରଳ ରେକର୍ଡ କରିଛି ଚୀନ୍ । ରବିବାର ବ୍ୟାଙ୍କକରେ ଖେଳାଯାଉଥିବା ଏହି ମ୍ୟାଚରେ ଚୀନ୍ ୧୪ ରନରେ ଅଲଆଉଟ ହେବା ସହ ଟି-୨୦ କ୍ରିକେଟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ସବନିମ୍ନ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ଚୀନ୍ ।

ଥାଇଲାଣ୍ଡର ଟି-୨୦ ସ୍ମାଶ ଟୁର୍ଣ୍ଣାମେଣ୍ଟରେ ୟୁଏଇ ବିପକ୍ଷରେ ଚୀନ ଖେଳିଥିବା ଏହି ମ୍ୟାଚରେ ବିରଳ ରେକର୍ଡ କରିଛି । ୟୁଏଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୦୩ ରନ କରିବାକୁ ସକ୍ଷମ ହୋଇଥିଲା । ୟୁଏଇ ପକ୍ଷରୁ ଈଶା ସର୍ବାଧିକ ୮୨ ରନ କରିଥିଲେ । ତେବେ ୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଚୀନ ମାତ୍ର ୧ ଘଣ୍ଟାରୁ କମ ସମୟ ଧରି ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲା । ଆଉ ମାତ୍ର ୧୦ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇବା ସହ ୧୪ ରନ କରିବାକୁ ସକ୍ଷମ ହୋଇଥିଲା ।

ଚୀନ ପକ୍ଷରୁ ହାନ ଲିଲି ସର୍ବାଧିକ ୪ ରନ କରିଥିବା ବେଳେ ୟିଙ୍ଗ ଝୋଓ ଓ ଝୋଙ୍ଗ ୟାନଲିଙ୍ଗ ୩ ରନ ଲେଖାଏଁ କରିଥିଲେ । ଟିମର ୭ ଜଣ ଖେଳାଳି ବିନା କୌଣସି ରନ କରି ପ୍ୟାଭିଲିୟନ ଫେରିଥିଲେ । ଏହାପୂର୍ବରୁ ଅର୍ନ୍ତଜାତୀୟ ଟି-୨୦ରେ ସର୍ବନିମ୍ନ ସ୍କୋର ମେକ୍ସିକୋ ନାଁରେ ଥିଲା । ବ୍ରାଜିଲ ବିପକ୍ଷରେ ମେକ୍ସିକୋ ୧୮ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ କେବଳ ଚୀନ ରେକର୍ଡ କରିନଥିଲା ୟୁଏଇ ନାଁ ମଧ୍ୟ ରେକର୍ଡ ବୁକରେ ସାମିଲ ହୋଇଥିଲା । ୧୮୯ ରନରେ ବିଜୟ ସହ ରେକର୍ଡ କରିଥିଲା ୟୁଏଇ । ଏହା ପୂର୍ବରୁ ୨୦୧୮ରେ ନାମ୍ବିଆ ୧୭୯ ରନ ବ୍ୟବଧାନରେ ଲିସେଥୋକୁ ହରାଇଥିଲା ।